ମାଓ ମିଲିସିଆ ଅଟକ

କୋରାପୁଟ : ବିଏସଏଫ ଯବାନ ଆଜି ଜଣେ ମିଲିସିଆଙ୍କୁ ଧରିବା ପରେ ଆନ୍ଧ୍ର ପୁଲିସକୁ ହସ୍ତାନ୍ତର କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଲମତାପୁଟ ବ୍ଲକର ଅନକାଡେଲି ଠାରେ ଥିବା ବିଏସଫ ୧୩ ବାଟାଲିୟନ ଯବାନମାନେ ଆଜି କମ୍ବିଂ ସମୟରେ ମାଓ ମିଲିସିଆ ସାହୁ ମୁଦୁଲିଙ୍କୁ ଅଟକ ରଖିଥିଲେ। ତାଙ୍କ ଘର ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା କୁସୁମପୁଟରେ ବୋଲି ଜଣାପଡିଛି। ସେ ମାଓବାଦୀଙ୍କୁ ବିଭିନ୍ନ ପ୍ରକାର ସହାୟତା କରିବା ସହ ମାଓ ସଂଗଠନ ପାଇଁ ଟଙ୍କା ଆଦାୟ କରୁଥିବା ବିଏସଏଫ ଜାଣି ପାରିଥିଲା। ପରେ ତାଙ୍କୁ କୋରାପୁଟ ପୁଲିସକୁ ହସ୍ତାନ୍ତର କରିବା ପାଇଁ ବିଏସଏଫ କର୍ତ୍ତୃପକ୍ଷ ଚେଷ୍ଟା କରିଥିଲେ। କିନ୍ତୁ କୋରାପୁଟ ଜିଲ୍ଲାରେ ତାଙ୍କ ନାମରେ କୌଣସି ଅଭିଯୋଗ ନ ଥିବାରୁ ପୁଲିସ ତାଙ୍କୁ ଗିରଫ କରି ନ ଥିଲା। ତେବେ ଆନ୍ଧ୍ରରେ ମାମଲା ରହିଥିବା ଜଣାପଡ଼ିବାରୁ ଆନ୍ଧ୍ର ପୁଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର