ମୟୂରଭଞ୍ଜ: ୫ହଜାର ଟପିଲା ନମୁନା ପରୀକ୍ଷା, ୫୦୧୬ ନମୁନାରୁ ୯୨ ପଜିଟିଭ୍

ବାରିପଦା: ମୟୂରଭଞ୍ଜରେ କରୋନା ପରୀକ୍ଷା ନିମନ୍ତେ ୫ହଜାର ଟପିଛି ନମୁନା ସଂଖ୍ୟା। ଏଯାଏଁ ଜିଲ୍ଲାରୁ ମୋଟ ୫ହଜାର ୧୬ଟି ନମୁନା କରୋନା ପରୀକ୍ଷା ନିମନ୍ତେ ପଠାଯାଇଛି। ମୋଟ ନମୁନାରୁ ୯୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ଆଜି ମୟୂରଭଞ୍ଜ ଜିଲ୍ଲାରେ ୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଏଯାବତ ୨୨ଜଣ ସୁସ୍ଥ ହୋଇଥିବାବେଳେ ୭୦ଜଣ ବାରିପଦାସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେହିପରି ଜିଲ୍ଲାକୁ ୨୪ହଜାରରୁ ଅଧିକ ପ୍ରବାସୀ ଫେରିସାରିଛନ୍ତି। ପୂର୍ବରୁ ଜିଲ୍ଲାରୁ ସଂଗୃହୀତ ନମୁନା ଆରଏମଆରସି ଭୁବନେଶ୍ବର ଏବଂ ଏସସିବି କଟକକୁ ପଠାଯାଉଥିଲା। ମାତ୍ର ଏବେ ଜିଲ୍ଲାରେ ନିଜସ୍ବ ପରୀକ୍ଷାଗାର ପ୍ରସ୍ତୁତ ହୋଇସାରିଛି। କରୋନା ପରୀକ୍ଷା ନିମନ୍ତେ ଆଉ ନମୁନା ଜିଲ୍ଲାବାହାରକୁ ଯାଉନାହିଁ। ଆଗାମୀ ଦିନରେ ନମୁନା ପରୀକ୍ଷା ସଂଖ୍ୟା ଆହୁରି ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର