ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଭେଙ୍କିୟା ନାଇଡୁ

ଗଣମାଧ୍ୟମ ସ୍ୱାଧୀନ ରହିଲେ ଗଣତନ୍ତ୍ର ସୁଦୃଢ଼ ହେବ: ନବୀନ

କଟକ: ସମାଜ ଗଠନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ରବିବାର କହିଛନ୍ତି। କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଖବରକାଗଜ ‘ସମାଜ’ର ଶତବାର୍ଷିକୀ ସମାରୋହରେ ସେ କହିଛନ୍ତି, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ‘ସମାଜ’ର ଶତବାର୍ଷିକୀ ପାଳନ ଅବସରରେ ଉପରାଷ୍ଟ୍ରପତି ଓଡ଼ିଆରେ ନିଜର ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଶତବାର୍ଷିକୀ ସମାରୋହରେ ଭାଗ ନେଇ ମୁଁ ଆନନ୍ଦ ଅନୁଭବ କରୁଛି। ଗରିବଙ୍କ ପାଇଁ ସମାଜ କାମକରୁଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ଗଣମାଧ୍ୟମ ଯେତିକି ସ୍ୱାଧୀନ ରହିବ, ଗଣତନ୍ତ୍ର ସେତିକି ସୁଦୃଢ଼ ରହିବ। ନବୀନ କହିଛନ୍ତି, ଗଣମାଧ୍ୟମ ଗଣତନ୍ତ୍ର ପାଇଁ ଅକ୍ସିଜେନ। ନିଜ ବକ୍ତ୍ୟବରେ ନବୀନ ‘ସମାଜ’ ସହ ଗଣମାଧ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟବାସୀଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲେକାସଭା ସାଂସଦ ଡ. ଅଚ୍ୟୁତ ସାମନ୍ତ ସମାରୋହରେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର