ପୂର୍ବତନ ନଗରପାଳଙ୍କ ଶବ କାନ୍ଧେଇଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଆଠଗଡ଼: ଆଠଗଡ଼ରେ ଆଜି ଦେଖିବାକୁ ମିଳିଥିଲା ଖାଦ୍ୟ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀଙ୍କ ଶବ କାନ୍ଧେଇବା ଦୃଶ୍ୟ।
ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ପ୍ରମଥ ଚନ୍ଦ୍ର ମିଶ୍ରଙ୍କ ଆଜି ସକାଳେ ପରଲୋକ ଘଟିଥିଲା। ଏହି ଖବର ପ୍ରସାରିତ ହେବା ପରେ ଆଠଗଡ଼ର ସମସ୍ତ ଦୋକାନ ବଜାର ବନ୍ଦ ହୋଯାଇଥିଲା।

ପରେ ଖାଦ୍ୟ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଶବକୁ କାନ୍ଧେଇ ତଳ ସାହି, ରଥଗଡା, ମହାମାୟା ସ୍କୁଲ, ଆଠଗଡ଼ କୋର୍ଟ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ଟ୍ୟାକ୍ସି ଷ୍ଟାଣ୍ଡ, ଚାନ୍ଦବାଲି ଛକ ବଜାର, ଲକ୍ଷ୍ମୀ ବଜାର, ଗୋପବନ୍ଧୁ ଛକ ବଜାର, ଦୁର୍ଗା ବଜାର, ଗଦା ସାହି ଆଦି ସ୍ଥାନମାନଙ୍କରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ତାପରେ ଆଠଗଡ଼ ଶ୍ମଶାନଠାରେ ଶବଦାହ କରାଯାଇ ଥିଲା।

ଏଥିରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ବ୍ୟତୀତ ଆଠଗଡ଼ ଉପଜିଲ୍ଲାପାଳ ଅମିୟ କୁମାର ସାହୁ, ପୂର୍ବତନ ନଗରପାଳ ପର୍ଶୁରାମ ସାହୁ, ରମେଶ ଚନ୍ଦ୍ର ଘଡେ଼ଇ, ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ସୁଚିତ୍ରା ସାହୁ, ଲଳିତ ମୋହନ ନାୟକ, ଆଠଗଡ଼ ବାର ଆସୋସିଏସନର ସମସ୍ତ କର୍ମକର୍ତ୍ତା, ଟ୍ୟାକ୍ସି ଷ୍ଟାଣ୍ଡର ସମସ୍ତ କର୍ମକର୍ତ୍ତା ଆଠଗଡ଼ ୪ ଗୋଟି ବଜାରର ସମସ୍ତ କର୍ମକର୍ତ୍ତା ଓ ସମସ୍ତ ସାହି ତଥା ବିଜେପି ଓ କଂଗ୍ରେସ ନେତାମାନଙ୍କ ସହିତ ବିଜୁ ଜନତା ଦଳର ସମସ୍ତ ଜିଲ୍ଲା ପରିଷଦ ସରପଞ୍ଚ ସମିତି ସଭ୍ୟ ସହିତ ନଗର ସଭାପତି  ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର