ଦଳ ଛାଡ଼ିଲେ ବିଧାୟକ ଜାକବ୍‌ ପ୍ରଧାନ

ଇସ୍ତଫା ଦେଲେ ଚଣ୍ଡୀ ସିଂହ

ଭୁବନେଶ୍ବର : କଂଗ୍ରେସ ଦଳରୁ ଟିକେଟ୍‌ ପାଇବାରୁ ବଞ୍ଚିତ ହେବା ପରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବିଧାୟକ ଜାକବ୍‌ ପ୍ରଧାନ ଦଳ ଛାଡ଼ିଛନ୍ତି। ଚଳିତ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ତାଙ୍କ ପରିବର୍ତେ ଶ୍ୟାମଘନ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ଏହା‌ର ପ୍ରତିବାଦରେ ଜାକବ୍‌ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି। ଦଳ ଛାଡ଼ିବା ନେଇ ସେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖି ତାଙ୍କୁ ଅବଗତ କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ସେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଏକମାତ୍ର କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ।

ଇସ୍ତଫା ଦେଲେ ଚଣ୍ଡୀ ସିଂହ

ପୁରୀ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଂପାଦକ ଚଣ୍ଡୀ ପ୍ରସାଦ ସିଂହ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ପଠାଇଛନ୍ତି। କଂଗ୍ରେସ ଦଳରେ ତାଙ୍କୁ ଅଣଦେଖା କରାଯିବା, ଦଳରେ ଉପଯୁକ୍ତ ସମ୍ମାନ ନମିଳିବା ଓ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରୁ ତାଙ୍କୁ ଦୂରେଇ ରଖାଯାଉଥିବା ସେ ଇସ୍ତଫାପତ୍ର ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର