ଭିଣୋଇକୁ ହାଣିଲା ଶଳା: ଅଭିଯୁକ୍ତ ଥାନାରେ ଅଟକ

ଭୁବନେଶ୍ବର: ଭିଣୋଇକୁ ଶଳା ହତ୍ୟା କରିବା ଘଟଣା ମଞ୍ଚେଶ୍ବର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନାର ଧିରକୁଟ ବସ୍ତିରେ ରହୁଥିବା ଭିଣୋଇକୁ ଶଳା ଖଣ୍ଡାରେ ହାଣିଥିଲା। ଫଳରେ ଘଟଣାସ୍ଥଳରେ ଭିଣୋଇର ମୃତ୍ୟୁ ହୋଇଥିଲା।

ମୃତକର ନାମ ସୁଶାନ୍ତ ଘଡେଇ। ସେ ବିମାନବନ୍ଦରରେ ସୁଇପର ଭାବେ କାମ କରୁଥିଲା। ମୃତକର ପରିବାର ମଞ୍ଚେଶ୍ୱର ଥାନା ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ରେ ସୁଶାନ୍ତ ଭଲ ପାଇ ବାପୁନି ନାୟକର ଭଉଣୀକୁ ବାହା ହୋଇଥିଲା। କିନ୍ତୁ ବାହାଘର ବେଳେ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ସ୍ତ୍ରୀକୁ ବି ମାରଧର କରୁଥିଲା ସୁଶାନ୍ତ।  ଏହାଛଡ଼ା ଉଭୟଙ୍କ ଭିତରେ ଜମିଜମା ବିବାଦ ବି ଥିଲା।  କାଲି ରାତିରେ ଭିଣୋଇ ସୁଶାନ୍ତ ଶୋଇଥିବା ବେଳେ ଶଳା ବାପୁନି ନାୟକତାକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି। ମଞ୍ଚେଶ୍ବର ଥାନା ପୁଲିସ ଅଭିଯୁକ୍ତ ବାପୁନି ନାୟକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର