ମୋବାଇଲ ଟାୱାର ପୋଡିଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାର କେଜଙ୍ଗ ଗ୍ରାମରେ ରହିଥିବା ମୋବାଇଲ ଟାୱାରକୁ ନିଆଁରେ ପୋଡି ଦେଇଛନ୍ତି ନକ୍ସଲ।କୋଣ୍ଡାଗାଓଁ ଜିଲ୍ଲାରେ ପୁଣି ନକ୍ସଲ ନିଜର ଉପସ୍ଥିତି ଜାହିର କରିଛନ୍ତି।

ବୁଧବାର ରାତିରେ ସଶସ୍ତ୍ର ନକ୍ସଲ ବାୟାନାର ଅଂଚଳର କେଜଙ୍ଗ ଗ୍ରାମରେ ପହଞ୍ଚିଥିଲେ। ରାତିରେ ମୋବାଇଲ ଟାୱାରକୁ ଟାର୍ଗେଟ କରି ନିଆଁ ଲଗାଇ ପୋଡ଼ିବା ସହ ସେଠାରେ ବ୍ୟାନର ଓ ପୋଷ୍ଟର ଛାଡି ଯାଇଛନ୍ତି। ବ୍ୟାନରରେ ଏହି ଘଟଣାକୁ ବୟାନାର ଏରିଆ କମିଟି ନକ୍ସଲ ସଂଗଠନ ପକ୍ଷରୁ କରାଯାଇଥିବା ସ୍ବୀକାର କରାଯାଇଛି। ଲୋକ ସଭା ନିର୍ବାଚନ ପୂର୍ବରୁ ନକ୍ସଲ କୋଣ୍ଡାଗାଓଁ ଅଂଚଳରେ ଏଭଳି ହିଂସା ଘଟାଇ ଲୋକଙ୍କୁ ଭୟଭିତ କରାଉଥିବା କୁହାଯାଇଛି। ମୋବାଇଲ ଟାୱାର ପୋଡ଼ିଯିବା ଫଳରେ ସେହି ଅଂଚଳରେ ନେଟୱର୍କ ବ୍ୟବସ୍ଥା ଠପ ହୋଇଯାଇଛି।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମରାଯାଇଥିବା ସମସ୍ତ ବ୍ୟାନର ଓ ପୋଷ୍ଟରଗୁଡିକକୁ ଜବତ କରିଛି। ବ୍ୟାନରରେ ବିଜେପି ଓ ଆରଏସଏସକୁ ବିରୋଧ କରି ସ୍ଲୋଗାନ ଦେଇଛନ୍ତି।

ସମ୍ବନ୍ଧିତ ଖବର