ମିଳିଲାନି ଆମ୍ବୁଲାନ୍ସ : ରାସ୍ତାକଡ଼ରେ ସନ୍ତାନ ପ୍ରସବ

ଟିକାବାଲି : ଆମ୍ବୁଲାନ୍ସ ନ ମିଳିବାରୁ ଆଜି ଜଣେ ମହିଳାଙ୍କୁ ଏକ ଟ୍ରକ୍‌ ତଳେ ପ୍ରସବ କରିବାକୁ ପଡ଼ିଛି। କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍‌ ଅନ୍ତର୍ଗତ ଗୁଟିଙ୍ଗିଆ ବିଶ୍ରାମାଗାର ନିକଟରେ ଏହି ଘଟଣା ଘଟିଛି। ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ ଚାଙ୍ଗେଡି ଗ୍ରାମର ମୋହନ ପ୍ରଧାନଙ୍କ ପତ୍ନୀ ଯଶୋଦା ତାଙ୍କ କୁଣିଆ ସଂପର୍କୀୟଙ୍କ ଘରକୁ ଯାଉଥିବା ବେଳେ ରାସ୍ତାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ସଂପର୍କୀୟ ମାନେ   ୧୦୨ ଓ ୧୦୮ ଆମ୍ବୁଲାନସକୁୁ  ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍‌ସ ଆସି ନଥିଲା।  ଅଟୋଟିଏ ଖୋଜିଥିଲେ ମଧ୍ୟ  ସେତେବେଳେ ମିଳିି ନଥିଲା । ଶେଷରେ ନିରୁପାୟ ହୋଇ ଯଶୋଦା ରାସ୍ତାକଡ଼େ ଥିବା ଏକ ଟ୍ରକ୍‌ ତଳେ ସନ୍ତାନ ପ୍ରସବ କରିଥିଲେ। ଏହି ଘଟଣା କିଛି ସମୟ ପାଇଁ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର