ଗୃହରେ ଦୁଇଥର କୋରମ୍‌ ଅଭାବ

ଭୁବନେଶ୍ୱର : ଆଜି ଅପରାହ୍ଣରେ ଗୃହରେ ଦୁଇ ଦୁଇ ଥର କୋରମ୍‌ ଅଭାବ ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ବେଳକୁ ଗୃହରେ ମାତ୍ର ୯ଜଣ ସଦସ୍ୟ ଥିଲେ। ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ପ୍ରାୟ ଦୁଇ ମିନିଟ୍‌ ତାଙ୍କ ସିଟ୍‌ରେ ବସି ଅପେକ୍ଷା କରିବାକୁ ପଡ଼ିଥିଲା। ଗୃହ ଆରମ୍ଭ ହେବା ବେଳର ଘଣ୍ଟି ବାରମ୍ବାର ବାଜିଥିଲା। ମିନିଟକ ପରେ ସଦସ୍ୟଙ୍କ ସଂଖ୍ୟା ୧୦ ଏବଂ ଦୁଇ ମିନିଟ୍‌ ପରେ ଏହା ୧୪ ଛୁଇଁଥିଲା। ବିଜେପିର କେହି ସଦସ୍ୟ ଆସିନଥିଲେ। ସେହିପରି ୬ଟା ୩୭ ମିନିଟ୍‌ରେ ବଜେଟ୍‌ ଆଲୋଚନା ଚାଲିଥିବା ବେଳେ ହଠାତ୍‌ କୋରମ୍‌ ଅଭାବ ଦେଖିବାକୁ ମିଳିଥିଲା। ଏ ନେଇ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ତୁରନ୍ତ ତିନିଜଣ ସଦସ୍ୟ ଗୃହ ଭିତରକୁ ପ୍ରବେଶ କରିବାରୁ ଆଲୋଚନା ଅବ୍ୟାହତ ରହିଥିଲା।

ସମ୍ବନ୍ଧିତ ଖବର