ଓଡ଼ିଶାରେ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ, ସାରା ରାଜ୍ୟ ଶୁନଶାନ୍

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁକୁ ଓଡ଼ିଶାରେ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ ପରିଲକ୍ଷିତ ହେଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି ଏହାକୁ ସମର୍ଥନ କରିଛନ୍ତି। ଆଜି ସକାଳ ୭ଟାରୁ ସାରା ରାଜ୍ୟରେ ଶୁନଶାନ୍ ସ୍ଥିତି ପରିଲକ୍ଷିତ ହେଉଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ଜନତା କର୍ଫ୍ୟୁଲାଗୁ ହୋଇଛି । ଦେଶବ୍ୟାପୀ ରାତି ୯ ଟା ଯାଏଁ ଲାଗୁ ହେବ ଜନତା କର୍ଫ୍ୟୁ । ରାତି ୯ ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଥିଲାଗି ବନ୍ଦ ରହିଛି ଦୋକାନ ବଜାର , ଗାଡ଼ି ମୋଟର । ତେବେ ଜାରି ରହିଛି ଜରୁରୀ ସେବା । ଦରକାର ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଆଜି ସାରାଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ସକାଳ ୭ଟାରୁ ରାତି ପର୍ଯ୍ୟନ୍ତ କେହି ଘରୁ ନ ବହାରିବାକୁ ଶ୍ରୀ ମୋଦୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ରବିବାର ଦିନ ପରିବହନ ସେବା ଯୋଗାଉଥିବା କୌଣସି ବି ଯାନବାହାନ ଗଡ଼ି ନାହିଁ। ସରକାରୀ, ବେସରକାରୀ, ଅଟୋଚାଳକ ଓ ଟାକ୍‌ସି ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି।

ରାଜ୍ୟରେ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଥିବା ପ୍ରାୟ ୪୦୦ ବସ୍ ସେବା ବନ୍ଦ ରହିଛି। ରବିବାର ସକାଳ ୭ଟାରୁ ରାତି ପର୍ଯ୍ୟନ୍ତ ବସ୍‌ ସେବା ଗୁଡ଼ିକ ଚଳାଚଳ କରି ନାହିଁ । ସେହିପରି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ  ଜନତା କର୍ଫ୍ୟୁକୁ ସଂଘ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଏଥିପାଇଁ ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍‌ ବନ୍ଦ ରହିଛି । ଦୂର ଦୂରାନ୍ତକୁ ଯାଇଥିବା ବସ୍‌ଗୁଡ଼ିକ ଭିତରୁ  ଯେଉଁ ବସ୍‌ ଗତ ରାତି ସୁଦ୍ଧା ବସ୍‌ ଷ୍ଟାଣ୍ଡକୁ ଫେରି ନାହିଁ ତାହା ଯେଉଁଠି ଥିଲା, ସେହିଠାରେ ହିଁ ରହିଛି। ସୋମବାର ଗାଡ଼ି ଚଳାଚଳ ସ୍ବାଭାବିକ ହେବ।

ରବିବାର ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ ନିଖିଳ ଓଡ଼ିଶା ଅଟୋଚାଳକ ଓ ନିଖିଳ ଓଡ଼ିଶା କାର୍‌ ଓ ଟାକ୍‌ସି ଚାଳକ ମହାସଂଘ ନିଷ୍ପତ୍ତି ନେଇଛି। ଆଜି ରାଜ୍ୟରେ ଥିବା ୧ ଲକ୍ଷ ୫୦ ହଜାର ଅଟୋଚାଳକ ସେମାନଙ୍କ ପରିବହନ ସେବା ବନ୍ଦ ରଖିଛନ୍ତି । ଏହାସହିତ ପ୍ରାୟ ୮ ଲକ୍ଷ କାର୍‌ ଟାକ୍‌ସି ଚାଳକ ମଧ୍ୟ ଯାତ୍ରୀ ସେବା ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି।

ସମ୍ବନ୍ଧିତ ଖବର