ରାଜ୍ୟ ଆଇନ୍‌ଜୀବୀ ପରିଷଦର ସାଧାରଣ ବୈଠକ : ଏଣିକି ଗୋଟିଏ ବାର‌୍‌ର ଗୋଟିଏ ଭୋଟ

କଟକ : ରବିବାର ରାଜ୍ୟ ଆଇନ୍‌ଜୀବୀ ପରିଷଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟର ସମସ୍ତ ଆଇନ୍‌ଜୀବୀ ସ˚ଘମାନଙ୍କରେ ଗୋଟିଏ ବାର‌୍‌ ଗୋଟିଏ ଭୋଟ୍‌ ନୀତି ଲାଗୁ କରାଯିବାକୁ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏହି ଅନୁଯାୟୀ, ସମସ୍ତ ବାର‌୍‌ ଆସୋସିଏସନ୍‌ମାନଙ୍କ ନିର୍ବାଚନ ପ୍ରତିବର୍ଷ ମାର୍ଚ୍ଚ ମାସ ଶେଷ ଶନିବାର ଅନୁଷ୍ଠିତ ହେବ। ଯଦି କୌଣସି ଶେଷ ଶନିବାର ଛୁଟି ଥାଏ, ତାହାର ପୂର୍ବ ଶନିବାରକୁ ନିର୍ବାଚନ ତାରିଖ ଭାବେ ଗ୍ରହଣ କରାଯିବ। ଚଳିତ ବର୍ଷ ପାଇଁ ସମସ୍ତ ପଞ୍ଜୀକୃତ ବାର‌୍‌ ଆସୋସିଏସନ୍‌ମାନଙ୍କର ନିର୍ବାଚନ ଆସନ୍ତା ମାର୍ଚ୍ଚ ମାସ ୩୦ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏଥିପୂର୍ବରୁ ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଫେବ୍ରୁଆରି ୨୮ ତାରିଖକୁ ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଛି। ଆସନ୍ତା ବର୍ଷମାନଙ୍କ ପାଇଁ ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସେହି ବର୍ଷର ଜାନୁଆରି ୩୧ ତାରିଖକୁ ଶେଷ ତାରିଖ ଭାବେ ରଖାଯାଇଛି।

ସମ୍ବନ୍ଧିତ ଖବର