ପୁଣି ନକ୍ସଲ-ପୁଲିସ ମୁହାଁମୁହିଁ; ଜଣେ ମାଓବାଦୀ ନିହତ, ବନ୍ଧୁକ ସହ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ପୁଲିସ ଓ ନକ୍ସଲ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ହାର୍ଡକୋର ନକ୍ସଲ ନିହତ ହୋଇଥିବା ବେଳେ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କଟେକଲ୍ୟାଣ ଥାନା ଅନ୍ତର୍ଗତ ସୁରନାର ଏବଂ ଟେଲମ ମଧ୍ୟରେ ରହିଥିବା ଜଂଗଲରେ କଟେକଲ୍ୟାଣ ଏରିଆ କମିଟିର ଦୁର୍ଦାନ୍ତ ନକ୍ସଲମାନେ ଏଠାରେ କ୍ୟାମ୍ପ କରି ରହିଛନ୍ତି। ତେଣୁ ସୁରନାର ଏବଂ ଟେଲମ କୁ ଦୁଇଟି ଟିମ କୁମ୍ବିଂ ପାଇଁ ଯାଇଥିଲେ। ତେବେ ଆଜି ସକାଳେ ନକ୍ସଲ ଏବଂ ଡିଆରଜି ଯବାନ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ଜଂଗଲର ଆଢୁଆଳରେ ନକ୍ସଲ ଖସି ଚାଲିଯିବାରେ ସକ୍ଷମ ହୋଇଥିଲେ।

ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ହାର୍ଡକୋର ନକ୍ସଲର ମୃତଦେହକୁ ଉଦ୍ଧାର କରାଯାଇଥିଲା। ମୃତ ନକ୍ସଲ ଜଣକ ହେଲେ ମୁଚାକି ମାସା। ମୁଚାକି ମାସା ନାମରେ ସରକାର ଏକ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ ବୋଲି ଏସପି ଅଭିଷେକ ପଲ୍ଲବ ପ୍ରକାଶ କରିଥିଲେ। ଯବାନ ଏବେ ମଧ୍ୟ ଜଂଗଲ ଭିତରେ ସର୍ଚ୍ଚ ଅପରେସନ କରୁଥିବା ପୁଲିସ କହିଛି। ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି।

ସମ୍ବନ୍ଧିତ ଖବର