ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ନ ଦେବା ଯାଏଁ ଚୁପ୍ ରହିବେନି ବିରୋଧୀ: ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ଚେତାବନୀ

ଭୁବନେଶ୍ବର: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ସମ୍ପୃକ୍ତି ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଜୋର ଧରିଛି। ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ କଂଗ୍ରେସ ଚେତାବନୀ ଦେଇଛି। ମନ୍ତ୍ରୀଙ୍କ ବିରୁଦ୍ଧରେ ବହୁତ ପ୍ରମାଣ ଅଛି, ମାତ୍ର ସରକାର କାର୍ଯ୍ୟାନୁଷ୍ଠାନ ନେଉନଥିବା କହିଛି କଂଗ୍ରେସ। କମିସନରେଟ ପୁଲିସକୁ ଘେରାଉ କରିବୁ। ତାପରେ ସଚିବାଳୟ ଘେରାଉ କରିବୁ। ଗୋଟିଏ ପରେ ଗୋଟିଏ ଷ୍ଟେପ୍ ନବୁ ବୋଲି କହିଛି କଂଗ୍ରେସ।

ମମିତା ମେହେର ମାମଲାକୁ ନେଇ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ନବୀନ ସରକାର ସ୍ୱେଚ୍ଛାଚାରୀ ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ। ସେହିପରି ପ୍ରତାପ ଜେନାଙ୍କ ଇସ୍ୟୁରେ ଟାର୍ଗେଟ କରିଛି ଦଳ। ଏଫଆଇଆର ପରେ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଲେନି। ତାଙ୍କୁ ପିପିଲି ପ୍ରଚାରରେ ନେଉ ନ ହେଲେ ସେ କ୍ୟାବିନେଟ ବ୍ରିଫିଙ୍ଗ କରୁଛନ୍ତି। ସେହିପରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରସଙ୍ଗରେ କଂଗ୍ରେସ କହିଛି ମନ୍ତ୍ରୀମାନେ ବାରମ୍ବାର କଲେଜ ଗେଷ୍ଟ ହାଉସରେ ରାତିରେ ରହୁଥିଲେ କାହିଁକି। ମନ୍ତ୍ରୀମାନଙ୍କ ଗୋପନ କାରବାରକୁ ଲୁଚାଇବା ପାଇଁ ଗୋବିନ୍ଦ ସାହାଯ୍ୟରେ ମମିତାକୁ ହତ୍ୟା କରାଯାଇଛି।

ସେପଟେ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ପ୍ରତିବାଦକୁ ଆହୁରି ଶାଣିତ କରିବ ବିଜେପି। ରାଜ୍ୟରେ କୋଣଅନୁକୋଣରେ ପ୍ରତିବାଦ ଜୋରଦାର କରିବ ବୋଲି କହିଛି ବିଜେପି। ମନ୍ତ୍ରୀଙ୍କ ନାଁରେ ଅସଂଖ୍ୟ ଅଭିଯୋଗ ଆସିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅସାଧାରଣ ନିରବତା ଅବଲମ୍ବନ କରିଛନ୍ତି। ସେପଟେ ସିଏଜିଙ୍କ ଅଭିଯୋଗ ପରେ ବି କାହିଁକି ମହାଲିଙ୍ଗ କଲେଜକୁ ସରକାରୀ ଅନୁଦାନ ମିଳୁଥିଲା କହି ସରକାରଙ୍କୁ ବିଜେପି ଘେରିଛି।

ସମ୍ବନ୍ଧିତ ଖବର