ଏସ୍‌ସିବି ଆଇସିୟୁରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ

ଚିକିତ୍ସା ପାଇଁ ୪ ଜଣିଆ ଡାକ୍ତରୀ ଦଳ ଗଠିତ

କଟକ : ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଚିକିତ୍ସା ପାଇଁ ଗତକାଲି ବିଳମ୍ବିତ ରାତିରେ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ମେଡ଼ିସିନ ବିଭାଗ ଆଇସିୟୁରେ ରଖାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ପଦ୍ମଶ୍ରୀ କମଳାଙ୍କ ଚିକିତ୍ସା ନିମନ୍ତେ ଏକ ୪ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ମେଡ଼ିସିନ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି ଟିମ୍‌ରେ ପଲ୍ୟୁମନାରୀ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକ, ନେଫ୍ରୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଅରୁଣା ଆଚାର୍ଯ୍ୟ, ମେଡିସିନ ବିଭାଗର ପ୍ରଫେସର ଡାକ୍ତର ବିଜୟ ବେହେରା ରହିଛନ୍ତି।

ପ୍ରଫେସର ଡାକ୍ତର ପଣ୍ଡାଙ୍କ କହିବା ଅନୁସାରେ, ପଦ୍ମଶ୍ରୀ କମଳାଙ୍କର ପତଳା ଝାଡା ହେବାପରେ କିଡ୍‌ନି ଉପରେ ଚାପ ରହିଛି। ତା’ ସହିତ ଅନ୍ୟ ରୋଗ ମଧ୍ୟ ରହିଛି। ଆଜି ତାଙ୍କର ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର