ଭୁବନେଶ୍ୱର: ସଟଡାଉନ ସମୟରେ ବିବାହ ଆଦି କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ ରହିଛି ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି। ଆସନ୍ତାକାଲିଠୁ ୧୧ଟି ଜିଲ୍ଲା ଶନିବାର ଓ ରବିବାର ସଟଡାଉନ ରହିବ। ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଜୁଲାଇ ୩୧ ଯାଏଁ ବନ୍ଦ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ସେପଟେ ୧୧ଟି ଜିଲ୍ଲାରେ ସଟଡାଉନରେ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ରାଜ୍ୟ ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ ସଂଜୟ ଲାଠ ସୂଚନା ଦେଇଛନ୍ତି ।
ତେବେ ସଟଡାଉନ୍ ସମୟରେ ହକରମାନଙ୍କୁ ଖବରକାଗଜ ବାଂଟିବାକୁ ଅନୁମତି ମିଳିଛି । ସେମାନେ ସକାଳ ୮ଟା ଯାଏଁ ଖବରକାଗଜ ବିତରଣ କରିପାରିବେ।
ରେଷ୍ଟ୍ରୁରାଂଟଗୁଡିକ ଖାଦ୍ୟ ହୋମ ଡେଲିଭରି କରିପାରିବେ ।
ବିମାନ, ରେଳ, ବସ ଚଳାଚଳ ପାଇଁ ଅନୁମତି ଦିଆଯାଇଛି ।
ସପ୍ତାହର ଶେଷ ଦୁଇଦିନ ସଟ୍ଡାଉନ୍ ସମୟରେ ଏଟିଏମ୍ ଖୋଲାରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ।
ସେହିପରି ଆରବିଆଇ କାର୍ଯ୍ୟାଳୟ ଓ ଚେକ୍ କ୍ଲିୟରିଂ ହାଉସ ଖୋଲା ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ଏହି ସମୟରେ ବିମାନବନ୍ଦର, ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡ ଖୋଲା ରହିବ ଏବଂ ଆନୁସଙ୍ଗିକ ସେବା ଜାରି ରହିବ । ଏଥିରେ ସଂପୃକ୍ତ ଥିବା କର୍ମଚାରୀ ଯିବାଆସିବା କରିପାରିବେ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରେଷ୍ଟ୍ରୁରାଂଟଗୁଡିକ ହୋମ ଡେଲିଭରୀ ଦେଇପାରିବେ ଏବଂ ଜୋମାଟୋ ଆଦି ଜରିଆରେ ମଧ୍ୟ ହୋମ ଡେଲିଭରୀ ହୋଇପାରିବ ।
ସକାଳ ୫ଟାରୁ ସକାଳ ୮ଟା ମଧ୍ୟରେ ହକରମାନେ ଖବରକାଗଜ ବାଣ୍ଟିପାରିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।