ଅଗଷ୍ଟ ୧୬ ତାରିଖରୁ ପିଜି ପ୍ରଥମ ବର୍ଷ ଓ ୟୁଜିର ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଶ୍ରେଣୀରେ ପାଠପଢା

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୬ ତାରିଖରୁ ପିଜି ପ୍ରଥମ ବର୍ଷ ଓ ୟୁଜି  ପ୍ରି ଫାଇନାଲ୍ ଇୟର୍ ଛାତ୍ରଛାତ୍ରୀଙ୍କ ଲାଗି ଶ୍ରେଣୀରେ ଶିକ୍ଷାଦାନ ଆରମ୍ଭ ହେବ ବୋଲି ଜଣାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିଲାଗି ଛାତ୍ରଛାତ୍ରୀମାନେ କଲେଜ ଆସି ପାଠପଢିବେ। ପିଜି ପ୍ରଥମ ବର୍ଷ ଓ ୟୁଜିର ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ହେବ। ହଷ୍ଟେଲ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାନୁସାରେ, କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ତେବେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ସେମାନଙ୍କର କ୍ୟାମ୍ପସକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ବାକି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ କରାଯିବ। କରୋନା ସଂକ୍ରମଣ ସାମାନ୍ୟ କମିଥିବାରୁ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବା ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।
ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜର ୟୁଜି ଓ ପିଜି ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍ଲାଇନ୍ରେ ଚାଲିଛି। ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ଏହି ପରୀକ୍ଷା ଶେଷ ହୋଇଯିବ। ତେଣୁ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କର କ୍ୟାମ୍ପସ୍କୁ ଆସିବାର କୌଣସି ଆବଶ୍ୟକତା ନାହିଁ। ତାହାକୁ ଦୃଷ୍ଟିରେ ରଖି ୨୦୨୦-୨୧ ଶିକ୍ଷାବର୍ଷରେ ନାମ ଲେଖାଇଥିବା ତଥା ପ୍ରଥମ ବର୍ଷର ପିଜି ଛାତ୍ରଛାତ୍ରୀ ଓ ୟୁଜିର ଅନ୍ୟାନ୍ୟ ସେମିଷ୍ଟାର ପିଲାଙ୍କ ପାଠପଢ଼ା ଉପରେ ଗୁରୁତ୍ବ ଦିଆଯାଇଛି। କୋଭିଡ୍ ମୁକାବିଲା ପାଇଁ କ୍ୟାମ୍ପସରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ କୁହାଯାଇଛି ।

ସମ୍ବନ୍ଧିତ ଖବର