ବର୍ଷକୁ ବର୍ଷ ବଢ଼ୁଛି ବଜେଟ୍ ତଥାପି ଦେଖିବାକୁ ମିଳୁନି ଆଶାନୁରୂପ ସଫଳତା : ରେଳ ବିକାଶରେ କଣ୍ଟା କିଏ?

ରାଜ୍ୟ ରାଜସ୍ୱ, ଶକ୍ତି, ଜଙ୍ଗଲ ବିଭାଗ ଉଦାସୀନ, ଜମି ଅଧିଗ୍ରହଣ, ବିଦ୍ୟୁତ ସଂଯୋଗରେ ବିଳମ୍ବ, ହଜାର ହଜାର କୋଟି ଟଙ୍କା ହରାଉଛି ରାଜ୍ୟ, ତନାଘନା କରୁନି ରେଳ ମନ୍ତ୍ରାଳୟ

ଭୁବନେଶ୍ବର : ବର୍ଷକୁ ବର୍ଷ ବଢ଼ୁଛି ରେଳ ବଜେଟ୍। ଘୋଷଣା ବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ପରସ୍ପର ବିେରାଧୀ ପ୍ରତିକ୍ରିୟା ରଖୁଛନ୍ତି। କିନ୍ତୁ ବର୍ଷ ଶେଷର ଖର୍ଚ୍ଚ ହିସାବ ମୁଣ୍ଡ ଘୂରାଇ ଦେବା ଭଳି।

ରେଳ ବିଭାଗର ପରିସଂଖ୍ୟାନ କହୁଛି, ୨୦୦୯-୧୦ରେ ଓଡ଼ିଶାକୁ ଯେତିକି ଅର୍ଥ ମିଳୁଥିଲା, ଏବେ ତାର ପାଖାପାଖି ୯ଗୁଣ ଅଧିକ ଅର୍ଥ ମିଳୁଛି। ଏହି ତଥ୍ୟ ଏକଥା ବି ସୂଚାଉଛି େଯ ଗତ ଚାରି ବର୍ଷ ଧରି ବିନିେଯାଗ ରାଶି ପରିମାଣ ବି ବଢ଼ୁଛି। ଏହା ସତ୍ତ୍ବେ ପାଖାପାଖି ୩୦ରୁ ୪୦% ଅର୍ଥ ଖର୍ଚ୍ଚ େହାଇପାରୁନାହିଁ।

େକନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରାଳୟ ତନାଘନା ନ କରିବା ଓ ଅର୍ଥ ପ୍ରଦାନରେ ବିଳମ୍ବ କରିବା, େକନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ମଧ୍ୟରେ ସମନ୍ବୟର ଅଭାବ ଏ େକ୍ଷତ୍ରରେ େଯମିତି ଏକ ସମସ୍ୟା, ଆସୁଥିବା ଅର୍ଥ ଖର୍ଚ୍ଚ ନ େହବା ପଛରେ ରାଜ୍ୟ ସରକାରଙ୍କ ରାଜସ୍ବ, ଜଙ୍ଗଲ ଓ ପରିବେଶ ବିଭାଗ ଓ ଶକ୍ତି ବିଭାଗର ଉଦାସୀନତା ସେତିକି ପରିମାଣରେ ଦାୟୀ। ରାଜ୍ୟ ସରକାରୀ ବାବୁଙ୍କ କାଳକ୍ଷେପଣ ନୀତି ଲାଗି ରେଳ ପ୍ରକଳ୍ପ ଅଗ୍ରଗତି ମାନ୍ଦା ଧରିଛି। ନିକଟରେ େକନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ େଗାଏଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଚିଠି ଉଭୟ ବିଭାଗର ଉଦାସୀନ ମନୋଭାବ ସଂପର୍କରେ ଯଥେଷ୍ଟ ସଙ୍କେତ ରଖେ। ମିଳିଥିବା ତଥ୍ୟ ଅନୁସାରେ, ଜବରଦଖଲ ଉଚ୍ଛେଦରେ ବିଳମ୍ବ କାରଣରୁ ରାଉରକେଲା-ଝାରସୁଗୁଡା ତୃତୀୟ ଲେନ୍ କାର୍ଯ୍ୟ ପ୍ରଭାବିତ େହାଇଛି। ଉଭୟ ରାଜ୍ୟ ସରକାର ଓ େକନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗର ତତ୍ପରତା ଅଭାବରୁ ବାଂଶପାଣି-ଦୈତାରୀ-ଟମକା-ଯଖପୁରା େଦାହରୀକରଣ କାମ ଆଗେଇ ପାରୁନାହିଁ। ବିଜୟନଗରମ୍-ସମ୍ବଲପୁର (ଟିଟିଲାଗଡ) ତୃତୀୟ ଲାଇନ୍ (୨୬୪.୬୦ କିେଲାମିଟର) ରାସ୍ତା କାର୍ଯ୍ୟରେ ଜାତୀୟ ରାଜପଥ ଡାଇଭରସନ୍ ବାଟ ଓଗାଳୁଛି। ସେହିଭଳି କଳାହାଣ୍ଡିରେ ଜମି ଅଧିଗ୍ରହଣ ବିଳମ୍ବ ମଧ୍ୟ ଏକ କାରଣ। ଅନୁଗୁଳ-ସୁକିନ୍ଦା ନୂଆ ବ୍ରଡଗେଜ୍ ଲାଇନ୍ ନିର୍ମାଣ କାମ ଏବେ ଟିକେ ଆଗେଇଛି। ତଥାପି ରାଜସ୍ବ ଓ ଜଙ୍ଗଲ ବିଭାଗ ଉଦାସୀନତା ଏହି ପ୍ରକଳ୍ପ େକ୍ଷତ୍ରରେ ଜଳ ଜଳ େହାଇ ଦିଶୁଛି। ଯଦିଓ ବୁଢାପଙ୍କ, ଗଡ ନୃସିଂହପ୍ରସାଦ ଭଳି କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି େହଉଥିବା କଥା କୁହାଯାଇଛି, କିନ୍ତୁ ସେଥିରେ ସୁଧାର ଆଣି େରଳବାଇକୁ ଜମି ହସ୍ତାନ୍ତର କରିବାରେ ଜିଲ୍ଲା ପ୍ରଶାସନ ସେଭଳି ଆଗ୍ରହ େଦଖାଇନାହାନ୍ତି।

The Hans India

ପ୍ରଭାବିତ ପ୍ରକଳ୍ପ

ଅନୁଗୁଳ-ସୁକିନ୍ଦା ନିଉ ବ୍ରଡଗେଜ୍‌ ରେଳପଥ
ଖୋର୍ଧା ରୋଡ଼-ବଲାଙ୍ଗୀର ନୂଆ ଲାଇନ୍‌
ତାଳଚେର-ବିମଳାଗଡ଼ ନୂଆ ରେଳପଥ
ସମ୍ବଲପୁର-ତାଳଚେର ରାସ୍ତା ଦୋହରୀକରଣ
ଭଦ୍ରକ-ନିଶ୍ଚିନ୍ତକୋଇଲି ତୃତୀୟ ରେଳପଥ
କୋରାପୁଟ-ସିଂହପୁର ରେଳ ଲାଇନ୍‌

େଖାର୍ଧା ରୋଡ-ବଲାଙ୍ଗୀର ନୂଆ େରଳଲାଇନ୍, ତାଳଚେର-ବିମଳାଗଡ, ସମ୍ବଲପୁର-ତାଳଚେର େଦାହରୀକରଣ, ବୃନ୍ଦାମାଳ-ଝାରସୁଗୁଡା ଉଡ଼ନ୍ତା ପୋଲ, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ େଲନ୍ ଭଳି ଅଧିକାଂଶ ପ୍ରକଳ୍ପ େକ୍ଷତ୍ରରେ ଏସବୁ ବିଭାଗର ଦୁର୍ବଳ ପରିଚାଳନା ଧରାପଡିଯାଉଛି।

ଶକ୍ତି ବିଭାଗ େକ୍ଷତ୍ରରେ ସ୍ଥିତି ଆହୁରି ଗମ୍ଭୀର। େକନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଏକ ଲମ୍ବା ତାଲିକା ଦେଇଛନ୍ତି, େଯଉଁଠାରେ ସ୍ପଷ୍ଟ ଦିଶୁଛି େଯ େକନ୍ଦ୍ର ସରକାର ଅର୍ଥ ଜମା କରିବା ପରେ ବି କର୍ତୃପକ୍ଷ ବିଦ୍ୟୁତ ସଂଯୋଗ ଦେବା େକ୍ଷତ୍ରରେ ସେଭଳି ଆଗ୍ରହ ଦେଖାଇନାହାନ୍ତି। େଗାଟିଏ ଉଦାହରଣ ଦେଲେ ଜଣାପଡିବ। ଅନୁଗୁଳ-ସମ୍ବଲପୁର େରଳପଥ େକ୍ଷତ୍ରରେ ୨୦୧୬ ଜାନୁଆରିରୁ େକନ୍ଦ୍ର ସରକାର ଓପିଟିସିଏଲରେ ୭ େକାଟି ୯୩ଲକ୍ଷ ଟଙ୍କା ଜମା କରିଛନ୍ତି। କିନ୍ତୁ ୨୩ଟି ଟାଵାରରୁ ୯ଟିର ଫାଉଣ୍ଡେସନ େଶଷ େହାଇଛି। ୬ଟି ପ୍ରକଳ୍ପ େକ୍ଷତ୍ରରେ ଏହି ସମସ୍ୟା ଉତ୍କଟ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ରାଜ୍ୟ ସରକାର ଓ େକନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ବୟର ଅଭାବ ରହୁଛି। ରେଳପଥର ବିକାଶ ହେଲେ ରାଜ୍ୟ ସରକାର ବି ଲାଭ ପାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ େନଇ ଗତ କିଛି ବର୍ଷ ହେଲା ତନାଘନା କରୁଛନ୍ତି। କିନ୍ତୁ ରାଜସ୍ବ, ଶକ୍ତି କିମ୍ବା ଜଙ୍ଗଲ ବିଭାଗ େକ୍ଷତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ଜମି ଅଧିଗ୍ରହଣ ପ୍ରସଙ୍ଗକୁ ଜିଲ୍ଲାପାଳମାନେ ଯେତିକି ଗୁରୁତ୍ବ ଦେବା କଥା ସମ୍ଭବତଃ େଦଉନାହାନ୍ତି। ଏହି କାରଣରୁ ପ୍ରକଳ୍ପ କାର୍ଯ୍ୟ ଗଭୀର ଭାବେ ପ୍ରଭାବିତ େହଉଛି।

ପ୍ରଧାନମନ୍ତ୍ରୀ ‘ପ୍ରଗତି’ ବୈଠକ େନବା ପୂର୍ବରୁ ରାଜ୍ୟ ଓ େରଳ ବିଭାଗ ଅଧିକାରୀଙ୍କ ମଧ୍ୟରେ ଏ େନଇ ବୈଠକ ବସୁଛି। ଅନ୍ୟ ଦିନମାନଙ୍କରେ କିନ୍ତୁ ସରକାରରେ ସେତିକି ଏହି ପ୍ରସଙ୍ଗଟିକୁ ଗୁରୁତ୍ବ ମିଳୁନାହିଁ। େକନ୍ଦ୍ର େରଳ ମନ୍ତ୍ରାଳୟ ଅଧିକାରୀମାନେ ସିଧାସଳଖ ଆସି ଏ େନଇ ସରକାରଙ୍କ ସହ ଆେଲାଚନା କରୁନାହାନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ମଧ୍ୟ ଜିଲ୍ଲାପାଳମାନଙ୍କୁ ଡାକି ସେମାନଙ୍କ ଜିଲ୍ଲାରେ ଅଟକୁଥିବା କାମ େନଇ ତାଗିଦ୍ କରୁନାହାନ୍ତି। ସାମଗ୍ରିକ ଭାବେ ଏହା ରାଜ୍ୟ ବିକାଶକୁ ବାଧା େଦଉଛି ଓ ଓଡ଼ିଶା ଅର୍ଥ ହରାଉଛି।

ଉଲ୍ଲେଖଯୋଗ୍ୟ, େବଶି ଦୂରକୁ ନ ଯାଇ ଗତ ୪ ବର୍ଷର ହିସାବ େଦଖିଲେ, କେତେ ଅର୍ଥ େଫରୁଛି, ତାହା ଜଣାପଡୁଛି। ୨୦୧୫-୧୬ରେ େରଳ ବଜେଟରେ ଓଡ଼ିଶାକୁ ୩୭୧୨ େକାଟି ଟଙ୍କା ମିଳିଥିଲା। ଖର୍ଚ୍ଚ େହାଇଥିଲା ୫୪%। ସେହିଭଳି ୨୦୧୬-୧୭ରେ ୪୬୮୨ େକାଟି ଟଙ୍କା ମିଳିଥିଲେ େହଁ ୬୫% ଖର୍ଚ୍ଚ େହାଇପାରିଥିଲା। ୨୦୧୭-୧୮ରେ ୫୧୦୨ େକାଟିରୁ ୬୯% ଓ ୨୦୧୮-୧୯ରେ ୫୨୫୨ େକାଟିରୁ ପାଖାପାଖି ୭୩% ଖର୍ଚ୍ଚ କରାଯାଇପାରିଛି।

ସମ୍ବନ୍ଧିତ ଖବର