ଲଗାଣ ବର୍ଷାରେ ରେଳବାଇ ପୋଲର ସ୍ଥିତି ବେହାଲ, ତଦାରଖ ଜାରି ରଖିଛନ୍ତି ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଗତ ଦୁଇ ଦିନ ହେବ ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ରେଲେଓ୍ଵ ପୋଲର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ଏହା ଦ୍ୱାରା ରେଳ ଚଳାଚଳ ଯେପରି ବାଧାପ୍ରାପ୍ତ ନ ହୁଏ ତାକୁ ଆଖିଆଗରେ ରଖି ପରିସ୍ଥିତି ଉପରେ ନଜର ରଖିବା ପାଇଁ ବରିଷ୍ଟ ରେଳ ଅଧିକାରୀମାନେ ବିଭିନ୍ନ ରେଳପୋଲ ପାଟ୍ରୋଲିଂକୁ କଡ଼ାକଡ଼ି କରିଛନ୍ତି। ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀମାନେ ନିଭିନ୍ନ ନଦୀ, ନାଳ ଉପରେ ଥିବା ରେଳବାଇ ପୋଲକୁ ତଦାରଖ କରିବା ସହିତ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଥିବାରୁ ଏହି ଅଞ୍ଚଳରେ ଥିବା ରେଳବାଇ ପୋଲକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଟିଟିଲାଗଡ଼ -ରାୟଗଡ଼ା ସେକ୍ସନ ମଧ୍ୟରେ ଥିବା ରୁପ୍ରାରେଡ-ନର୍ଲାରୋଡ୍‌ ରେଳବାଇ ପୋଲ ପାଖରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ପୋଲ ପ୍ରତି ବିପଦ ସୃଷ୍ଟି କରିଥିବା ଜଣାଯାଇଛି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ରେଳବାଇ କର୍ମଚାରୀମାନଙ୍କୁ ହାଇ ଆଲର୍ଟରେ ରଖାଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର