ଅପରାହ୍ନରେ ଏସବୁ ସ୍ଥାନରେ କାଳବୈଶାଖୀ ବର୍ଷା ସହିତ ଝଡ଼ତୋଫାନ୍‌ ହୋଇପାରେ!

ଭୁବନେଶ୍ୱର: ଶନିବାର ଅପରାହ୍ନରେ ତିନିଟି ସ୍ଥାନରେ କାଳବୈଶାଖୀ ବର୍ଷା ସହିତ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଏ ନେଇ ୩ଟି ଜିଲ୍ଲା ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜର ଲୋକଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ଅପରାହ୍ନ ସାଢେ ୨ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜର ଲୋକଙ୍କୁ ସୂଚାଇ ଦିଆଯାଇଛି। ଝଡ଼ ତୋଫାନ ସହ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଘରୁ ବାହାରିବା ବିପଦସଙ୍କୁଳ, କାରଣ ଗଛଡାଳ ଭାଙ୍ଗିବାର ପଡ଼ିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର