ଆଇଏଏସ୍ ସ୍ତରରେ ଅଦଳବଦଳ : ବଦଳିଲେ ସମ୍ବଲପୁର ଜିଲ୍ଲାପାଳ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି । ସମ୍ବଲପୁର ଏଡିଏମଙ୍କୁ ଦାୟିତ୍ବ ହସ୍ତାନ୍ତର କରି ରିଲିଭ ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସାକ୍ସେନାଙ୍କ ସ୍ଥାନରେ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁରର ନୂଆ ଜିଲ୍ଲାପାଳ ନିଯୁକ୍ତ କରାଯାଇଛି । ୨୦୧୮ ବ୍ୟାଚ ଆଇଏଏସ ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ରଙ୍କୁ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର କମିଶନର ନିଯୁକ୍ତ କରାଯାଇଛି । ସେ ମଧ୍ୟ ଅତିରିକ୍ତଭାବେ ରାଉରକେଲା ସ୍ମାର୍ଟସିଟି ଲିମିଟେଡର ସିଇଓ, ରାଉରକେଲା ଏଡିଏମ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ ।

ସମ୍ବନ୍ଧିତ ଖବର