ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଅଟକାଇଲା ରାଉରକେଲା ପୁଲିସ

ରାଉରକେଲା: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନଙ୍କୁ ଅଟକାଇଲା ପ୍ଲାଣ୍ଟସାଇଟ ପୁଲିସ। ଅଞ୍ଜଳି ରାଜଗାଙ୍ଗପୁର ଯିବାକୁ ଝାରଖଣ୍ଡରୁ ଆସିଥିଲେ। ସେ ଡାଲମିଆ ସିମେଣ୍ଟ ଖାଦାନ ସମ୍ପ୍ରସାରଣ ପାଇଁ ହେବାକୁ ଥିବା ଜନଶୁଣାଣିରେ ସାମିଲ ହେବାର ଥିଲା। ସେ ଜନଶୁଣାଣିରେ ଯିବା ପୂର୍ବରୁ ତାଙ୍କୁ ହୋଟେଲ ରିଜେନ୍ସି ଇନରେ ପୁଲିସ ଅଟକାଇଥିଲା।

ଦୀର୍ଘ ସମୟଧରି ଏନେଇ ଅସନ୍ତୋଷ ଲାଗିରହିଥିଲା। ଶେଷରେ ଅଞ୍ଜଳି ଆଉ ରାଜଗାଙ୍ଗପୁର ଗସ୍ତ କରିପାରିନଥିଲେ। ଆଇନଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର