ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ମହାରତ୍ନ ‘ସେଲ୍’ ଓ ସିଏସ୍ଏମ୍ ଟେକ୍ନୋଲୋଜିସ୍, ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର୍
ଭୁବନେଶ୍ବର : ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍-୨୦୨୨’ର ପଞ୍ଚମ ସଂସ୍କରଣର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏକ ବିଜ୍ଞ ବିଚାରକ ମଣ୍ଡଳୀଦ୍ବାରା ଚୟନିତ ବିଭିନ୍ନ ବର୍ଗର ଆଗଧାଡ଼ିର ଉଦ୍ୟୋଗକୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଏହି କ୍ରମରେ ବୃହତ ଏବଂ ମଧ୍ୟମ ଶିଳ୍ପ ବର୍ଗରେ ଯଥାକ୍ରମେ ସେଲ୍, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ଏବଂ ସିଏସ୍ଏମ୍ ଟେକ୍ନୋଲୋଜିସ୍ ଓ ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର୍ ଲିମିେଟଡ୍ ପୁରସ୍କୃତ ହୋଇଛନ୍ତି।
ପ୍ଲାଟିନମ୍: ସେଲ୍, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍
ମହାରତ୍ନ କଂପାନି ସେଲ୍ ଯାହା ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରରେ ପ୍ରଥମ ସମନ୍ବିତ ଇସ୍ପାତ କାରଖାନା ତାହାର ଏକ ୟୁନିଟ୍ ହେଉଛି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ। ବିଗତ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଏହା ଦେଶ ଗଠନ ପ୍ରତି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରୁଛି। ଓଡ଼ିଶାର ‘ଶିଳ୍ପ କୋଣାର୍କ’ ଭାବେ ପରିଚିତ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ନିଜ କାର୍ଯ୍ୟକ୍ଷେତ୍ରର ସାମଗ୍ରିକ ବିକାଶରେ ମଧ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି। କଂପାନି ଗୁଣାତ୍ମକ ମାନର ଇସ୍ପାତ ଉତ୍ପାଦନ କରିବା ଏବଂ ନିଜ ଆଖପାଖରେ ବାସ କରୁଥିବା ଲୋକମାନଙ୍କ ମୁହଁରେ ଦୀର୍ଘସ୍ଥାୟୀ ହସ ଫୁଟାଇବା ଲାଗି କାର୍ଯ୍ୟ କରୁଛି। ଦାତବ୍ୟ କାର୍ଯ୍ୟକୁ ଜାରି ରଖି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ଏହାର ଆଖାପାଖରେ ଥିବା ଲୋକମାନଙ୍କ ନିରନ୍ତର ବିକାଶ ଲାଗି ଏକ ରଣନୀତି ଅନୁସାରେ କାର୍ଯ୍ୟ କରୁଛି। ଶିକ୍ଷା ଠାରୁ ଆରମ୍ଭ କରି ମହିଳା ସଶକ୍ତୀକରଣ ପର୍ଯ୍ୟନ୍ତ; ସ୍ବାସ୍ଥ୍ୟ ସେବା ସୁବିଧାର ବ୍ୟବସ୍ଥା କରିବା ଠାରୁ ଆରମ୍ଭ କରି ଭିତ୍ତିଭୂମିରେ ଉନ୍ନତି ଆଣିବା, କୃଷି କ୍ଷେତ୍ରରେ ଉନ୍ନତ ପ୍ରଯୁକ୍ତି ବ୍ୟବହାରର ପ୍ରସାର କରିବା, ଦକ୍ଷତାରେ ଉନ୍ନତି, ଜମି ଓ ଜଳ ପରିଚାଳନା ଏବଂ ପଶୁ ସମ୍ପଦର ବିକାଶ ଭଳି କ୍ଷେତ୍ରରେ ଏହା କାର୍ଯ୍ୟ କରୁଛି। ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକ ଜରିଆରେ କଂପାନି ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଜୀବନର ପ୍ରତିଟି କ୍ଷେତ୍ରକୁ ସ୍ପର୍ଶ କରିବା ଏବଂ ତାହାକୁ ଏକ ଆକାର ଦେବାକୁ ଲକ୍ଷ୍ୟ ରଖିଛି।
ମିଡିଅମ୍ (ମଧ୍ୟମ)
ପ୍ଲାଟିନମ୍: ସିଏସ୍ଏମ୍ ଟେକ୍ନୋଲୋଜିସ୍
ପ୍ରଯୁକ୍ତି ନବସୃଜନକୁ ବଡ଼ ଧରଣରେ ଆଗକୁ ବଢ଼ାଇବା ଲାଗି ସିଏସ୍ଏମ୍ ଟେକ୍ନୋଲୋଜିସ୍ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରୁଛି। କଂପାନି ୫୦୦ରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରିଛି। ପ୍ରିୟଦର୍ଶୀ ନାନୁ ପାଣିଙ୍କ ଏହି ସଂସ୍ଥା ୧୯୯୮ରେ ସ୍ଥାପିତ ହୋଇଥିଲା। ସିଏମ୍ଏମ୍ଆଇଏଲ୍୫ ସାର୍ଟିଫିକେସନ୍ ହାସଲ କରିଥିବା ଏହି ସଂସ୍ଥାର କର୍ମଚାରୀ ସଂଖ୍ୟା ୩ରୁ ବୃଦ୍ଧି ପାଇ ଏବେ ୮୦୦ରୁ ଅଧିକ ହୋଇଛି। ସରକାରୀ ସଂସ୍ଥା, ସରକାରୀ କ୍ଷେତ୍ରର ଉଦ୍ୟୋଗ, ଦାତବ୍ୟ ଅନୁଷ୍ଟାନ ଓ କର୍ପୋରେଟ୍ ସଂସ୍ଥା ସହିତ ସହଯୋଗିତା ସ୍ଥାପନ କରି ଏହା ସେମାନଙ୍କ ନିରନ୍ତର ବିକାଶ ଓ ଅଭିବୃଦ୍ଧିରେ ସହାୟକ ହେଉଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ ରହିଛି। ଏହା ବ୍ୟତୀତ ଭାରତର ନୋଏଡ଼ା, ଚଣ୍ଡିଗଡ଼, ଗୌହାଟି, କୋଲକାତା, ରାଞ୍ଚି ଓ ପାଟ୍ନା ସହରରେ ମଧ୍ୟ କଂପାନିର କାର୍ଯ୍ୟାଳୟ ରହିଛି। ଆନ୍ତର୍ଜାତିକ ସ୍ତରରେ କଂପାନିର କାର୍ଯ୍ୟାଳୟ ଦୁବାଇ, ଇଥିଓପିଆ, କେନିଆ, ରୁଆଣ୍ଡା ଓ ଆମେରିକାରେ ରହିଛି। କଂପାନି ଏହାର କ୍ଲାଏଣ୍ଟ୍ମାନଙ୍କୁ ଏଣ୍ଟରପ୍ରାଇଜ୍ ଆପ୍ଲିକେସନ୍ ଓ ସମାଧାନ, ଡିଜିଟାଲ୍ ସେବା, ପ୍ରଯୁକ୍ତି ସେବା ଓ ଏଣ୍ଟରପ୍ରାଇଜ୍ ରିସୋର୍ସ ପ୍ଲାନିଂ ଭଳି ସୁବିଧା ପ୍ରଦାନ କରୁଛି। ଏହା ବିଗ୍ ଡାଟା, ଆଡଭାନ୍ସଡ୍ ଆନାଲିଟିକ୍ସ, କ୍ଲାଉଡ୍ ଆନାଲିଟିକ୍ସ, ଅଗମେଣ୍ଟେଡ୍ ଆଣ୍ଡ୍ ଭର୍ଚୁଆଲ୍ ରିଅଲିଟି, ରୋବୋଟିକ୍ ପ୍ରୋସେସ ଅଟୋମେସନ୍, କଗ୍ନିଟିଭ୍ ଆଣ୍ଡ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂ ଭଳି ଉଦୀୟମାନ ପ୍ରଯୁକ୍ତି ଉପରେ ମଧ୍ୟ ସେବା ପ୍ରଦାନ କରୁଛି। ସିଏସ୍ଏମ୍ ଟେକ୍ନୋଲୋଜିସ୍ ପକ୍ଷରୁ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମସ୍, ସପ୍ଲାଏ ଚେନ୍ ଆଣ୍ଡ୍ ଟ୍ରେଡିଂ ପ୍ଲାଟପର୍ମ, ପ୍ରୋଗ୍ରାମ ମ୍ୟାନେଜମେଣ୍ଟ୍ ପ୍ଲାଟଫର୍ମ, ଡିଜିଟାଲ୍ ଏକ୍ସପେରିଏନ୍ସ ପ୍ଲାଟଫର୍ମ ଓ ଗ୍ରିଭାନ୍ସ ଆଣ୍ଡ୍ ଫିଡ୍ବ୍ୟାକ୍ ସିଷ୍ଟମ୍ସ ଭଳି ସମାଧାନ ପ୍ରଦାନ କରାଯାଉଛି।
ଗୋଲ୍ଡ: ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର୍ ଲିମିେଟଡ୍
ଓଡ଼ିଶା ସରକାରଙ୍କ ଏକ କଂପାନି ହେଉଛି ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର ଲିମିଟେଡ୍ (ଓସିପିଏଲ୍)। ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ ଲିମିଟେଡ୍ (ଓପଜିପିସି)ର ଥିବା ପାୱାର ପ୍ଲାଣ୍ଟ୍ (୬୦୦ ମେଗାୱାଟ୍ର ଦୁଇଟି ୟୁନିଟ୍)କୁ କେିଲା ଯୋଗାଣ କରିବା ଲାଗି ଏହି ସଂସ୍ଥା ଓ ମନୋହରପୁର ଓ ଡିପ୍ସାଇଡ୍ ମନୋହରପୁର କୋଇଲା ଖଣି ଆବଣ୍ଟନ କରାଯାଇଛି। ଓପିଜିସି ଏବଂ ଓଏଚ୍ପିସିର ମିଳିତ ଉଦ୍ୟମରେ ଏକ ଯୌଥ ଉଦ୍ୟୋଗ ଭାବେ ଗଠନ ହୋଇଥିବା ଏହି ସଂସ୍ଥା ଗୁଣାତ୍ମକ କୋଇଲା ଉତ୍ପାଦନ ଏବଂ ଓପିଜିସି ଓ ଓଡ଼ିଶା ନିକଟବର୍ତୀ ରାଜ୍ୟଗୁଡ଼ିକରେ ସ୍ଥାପନ ହୋଇଥିବା ଅନ୍ୟ ଶିଳ୍ପ ସଂସ୍ଥାଗୁଡ଼ିକୁ କୋଇଲା ଯୋଗାଣରେ ଆଗକୁ ମାଡ଼ିଚାଲିଛି। ସାରିପୁତ୍ତ ମିଶ୍ର ହେଉଛନ୍ତି ଓସିପିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ତରଫରୁ ନିର୍ଧାରଣ କରାଯାଥିବା ସମୟ ସୀମା ଭିତରେ କୋଇଲା ଉତ୍ପାଦନ ଆରମ୍ଭ କରିବାରେ ସାରା ଦେଶରେ ଏହା ହେଉଛି ଦ୍ବିତୀୟ କୋଇଲା ଖଣି। ଚଳିତ ବର୍ଷ ଏହି ଖଣି ପଞ୍ଚ ତାରକା ରେଟିଂ ହାସଲ କରିଛି। ଗତବର୍ଷ ତୁଳନାରେ ଉତ୍ପାଦନରେ ୧୫୦% ଅଭିବୃଦ୍ଧି ସହିତ ଓସିପିଏଲ୍ ୨୦୨୪-୨୫ ସୁଦ୍ଧା ୧୬ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। କଂପାନି ଏହାର କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ମାନର ସାମାଜିକ ଓ ପରିବେଶ ପ୍ରଦର୍ଶନ ମଧ୍ୟ ଜାରି ରଖିଛି। ଆରଆଣ୍ଡ୍ଆର୍ କଲୋନି ନାମରେ ଏହା ଏକ ସମନ୍ବିତ ଟାଉନ୍ସିପ୍ ସ୍ଥାପନ କରିଛି ଯାହା ସାରା ଦେଶରେ ପ୍ରଥମ ଧରଣର। କଂପାନି ଏହାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଏସ୍ଏଚ୍ଜି ଗଠନ ଜରିଆରେ ୩୦୦ ପରିବାରକୁ ବିକଳ୍ପ ଜୀବିକା ପ୍ରଦାନ କରିଛି।