ସମ୍ବଲପୁର ଜିଲ୍ଲା ୨ ଦିନ, ବୁର୍ଲା ୪ ଦିନ ସଟ୍‌ଡାଉନ୍‌

ସମ୍ବଲପୁର : ସମ୍ବଲପୁର ଜିଲ୍ଲାକୁ ଗତ ସପ୍ତାହରେ କେବଳ ରବିବାର ଦିନ ସଟ୍‌ଡାଉନ୍‌ କରାଯାଇଥିଲା। ଏଥର ଶନିବାର ୧୧ ଓ ରବିବାର ୧୨ ତାରିଖ ଦୁଇ ଦିନ ପୂରା ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସେପଟେ ବୁର୍ଲା ସହରରେ ଗୁରୁବାରଠୁ ସଟ୍‌ଡାଉନ୍‌ ଆରମ୍ଭ ହୋଇ ସାରିଥିଲାବେଳେ ଏହା ୪ ଦିନ ଯାଏ ଜାରି ରହିବ। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼ ଓ ଝାରସୁଗୁଡ଼ାରେ ମଧ୍ୟ ଶନିବାର ଓ ରବିବାର ଦୁଇ ଦିନଆ ସଟ୍‌ଡାଉନ୍‌ ପୂର୍ବରୁ ଘୋଷଣା ହୋଇ ସାରିଛି। ଇତିମଧ୍ୟରେ ବୁର୍ଲାରେ କରୋନା ସଂକ୍ରମଣ ସ୍ଥିତି ଜଟିଳ ହେବାରେ ଲାଗିଛି। ଭିସୁଟ୍‌ର ଜଣେ ଅଧ୍ୟାପିକାଙ୍କଠାରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଏହା ସ୍ଥାନୀୟ ସଂସ୍ପର୍ଶରେ ୧୨ ଜଣଙ୍କୁ ଆକ୍ରାନ୍ତ କରି ସାରିଲାଣି। ଏହାଛଡ଼ା ସମ୍ବଲପୁର ମହାନଗର ଅଞ୍ଚଳରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲ୍ଲାର ପ୍ରତି ବ୍ଲକ୍‌ରେ କରୋନା ନିଜ ଉପସ୍ଥିତି ଜାହିର କଲାଣି। ଜମନକିରା, କୁଚିଣ୍ଡା, ବାମରା ଆଦି ବ୍ଲକ୍‌କୁ ଅଧିକ ସଂଖ୍ୟାରେ ପ୍ରବାସୀଙ୍କ ଆଗମନ ଯୋଗୁଁ ସ୍ଥିତି ଚିନ୍ତାଜନକ ରହିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଅନ୍ୟ ସମ୍ବେଦନଶୀଳ ଜିଲ୍ଲା ଗୁଡ଼ିକ ଭଳି ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟ ସପ୍ତାହର ଶେଷ ୨ ଦିନକୁ ସଟ୍‌ଡାଉନ୍‌ ଘୋଷଣା କରିଛି।

ସମ୍ବନ୍ଧିତ ଖବର