ସମ୍ବଲପୁର: ରାସ୍ତାରେ ଜଳି ଉଠିଲା କାର୍‌

ସମ୍ବଲପୁର: ଶୁକ୍ରବାର ପୂର୍ବାହ୍ନରେ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥରେ ଯାଉଥିବା ଏକ କାର୍‌ରେ ନିଅାଁରେ ଲାଗିଯାଇଛି।

ସକାଳ ସାଢ଼େ ୧୦ଟା ପରେ ସମ୍ବଲପୁର ଠାରୁ ପ୍ରାୟ ଆଠ ନଅ କିଲୋମିଟର୍‌ ଦୂର ମାଝିପାଲି ନିକଟରେ ସମ୍ବଲପୁରର ଅବସରପ୍ରାପ୍ତ ଡାକ୍ତର ବୀରେନ୍ଦ୍ର ପଣ୍ଡା ଓ ତାଙ୍କ ପତ୍ନୀ ସୁଜାତା ପଣ୍ଡା ଯାଉଥିବାବେଳେ କୌଣସି କାରଣରୁ ହଠାତ୍‌ ସେ ଧଳା ରଙ୍ଗର ମାରୁତି ଓ୍ଵାଗନର(ଓଆର-୧୫-ଏମ୍‌ ୮୨୧୯) କାର୍‌ରେ ନିଅାଁ ଲାଗି ଯାଇଥିଲା। ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ।

 

ସମ୍ବନ୍ଧିତ ଖବର