ଫସିରହିଥିବା ଲୋକମାନଙ୍କୁ ଆଣିବାକୁ କର୍ଣାଟକରୁ ଭୁବନେଶ୍ୱରକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ, ଓଡ଼ିଶା ସରକାରଙ୍କ ଅନୁମତି ମାଗିଲେ କର୍ଣାଟକ ସରକାର

ଭୁବନେଶ୍ୱର : ଚାରିଆଡ଼ୁ ସମାଲୋଚନା ପରେ ଶେଷରେ କର୍ଣାଟକ ସରକାର ନିଜ ରାଜ୍ୟରେ ଫସିରହିଥିବା ବିଭିନ୍ନ ରାଜ୍ୟର ଶ୍ରମିକ,ଛାତ୍ରଛାତ୍ରୀ, ପର୍ଯ୍ୟଟକମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇଦେବାକୁ ରାଜି ହୋଇଛନ୍ତି । କର୍ଣାଟକ ସରକାର ଓଡ଼ିଶା ସମେତ ୯ଟି ରାଜ୍ୟ ସରକାରଙ୍କୁ ପତ୍ର ଲେଖି ସ୍ପତନ୍ତ୍ର ଟ୍ରେନ ଚଳାଇବାକୁ ସମ୍ମତି ମାଗିଛନ୍ତି । ଅନ୍ୟରାଜ୍ୟ ଗୁଡ଼ିକ ହେଲେ ବିହାର,ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମଣିପୁର ଓ ତ୍ରିପୁରା ।
କର୍ଣାଟକ ସରକାରଙ୍କ ତରଫରୁ ଏସବୁ ରାଜ୍ୟ ସରକାରଙ୍କ ରାଜସ୍ୱ ସଚିବ ତଥା ନୋଡାଲ ଅଧିକାରୀମାନଙ୍କୁ ପତ୍ର ଲେଖାଯାଇ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ସମ୍ମତି ଲୋଡ଼ାଯାଇଛି । ଓଡ଼ିଶା ସରକାରଙ୍କ ଗୃହ ବିଭାଗର ପ୍ରମୁଖ ସଚିବ ତଥା ଶ୍ରମିକମାନଙ୍କୁ ଫେରାଇଆଣିବା ଦାୟିତ୍ୱରେ ଥିବା ଶୀର୍ଷ ଅଧିକାରୀ ସଂଜୀବ ଚୋପ୍ରାଙ୍କୁ ପତ୍ର ଲେଖାଯାଇଛି । ମେ ୮ରୁ ୧୫ ପର୍ଯ୍ୟନ୍ତ ପ୍ରତିଦିନ ସ୍ୱତନ୍ତ୍ର ଟ୍ରେନ ଚଳାଇ ଫସିରହିଥିବା ଶ୍ରମିକ,ଛାତ୍ରଛାତ୍ରୀ, ପର୍ଯ୍ୟଟକମାନଙ୍କୁ ପଠାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଏହି ପତ୍ରରେ ଉଲ୍ଲେଖ ରହିଛି ।
ପୂର୍ବରୁ କର୍ଣାଟକ ସରକାର ଶ୍ରମିକମାନଙ୍କୁ ଛାଡ଼ିବାକୁ ରାଜି ହେଉନଥିବାବେଳେ ବିଭିନ୍ନ ଦିଗରୁ ସମାଲୋଚନା ପରେ ଶେଷରେ ରାଜି ହୋଇଛନ୍ତି ।

ସମ୍ବନ୍ଧିତ ଖବର