ରାଜ୍ୟ କ୍ୟାବିନେଟ ବୈଠକ: କୁଶଳୀ ଶ୍ରମିକଙ୍କ ମଜୁରୀ ୩୭୦ରୁ ୫୫୫ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ଚଳିତ ବିଧାନସଭାର ଅନ୍ତିମ କ୍ୟାବିନେଟ ବୈଠକ ଶନିବାର ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବାତ୍ୟା ପରେ ପୋଖରୀ ଗୁଡ଼ିକ ସଫା ପାଇଁ ଅର୍ଥ ମଂଜୁରୀ କରାଯାଇଛି। ପୁରୀ ଜିଲ୍ଲାରେ ପୋଖରୀ ସଫେଇ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି।

ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ପାଢ଼ୀ କହିଛନ୍ତି ବାତ୍ୟା କ୍ଷୟକ୍ଷତି ନେଇ କ୍ୟାବିନେଟ୍‌ ବୈଠକରେ ଆଲୋଚନା ହୋଇଛି। ରିଲିଫ କାମରେ ନିୟୋଜିତ କର୍ମଚାରୀଙ୍କ ପାଇଁ ୨୪ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି। କ୍ୟାବିନେଟ ବୈଠକରେ ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କ ଦୈନିକ ଭତ୍ତା ବୃଦ୍ଧିକୁ ମଞ୍ଜୁରୀ, କୁଶଳୀ ଶ୍ରମିକଙ୍କ ମଜୁରୀ ୩୭୦ରୁ ୫୫୫ ଟଙ୍କାକୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ହୋଇଛି। ସେହିପରି ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ମଜୁରୀ ୩୨୦ରୁ ୪୮୦ ଟଙ୍କାକୁ ଓ ଅଣ କୁଶଳୀ ଶ୍ରମିକଙ୍କ ମଜୁରୀ ୨୮୦ରୁ ୪୨୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର