ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତିଙ୍କୁ ସରକାରଙ୍କ ଅପିଲ୍ : ଲକ୍ଷଣ ପ୍ରକାଶ ପାଉ ନ ଥିଲେ ବି କରୋନା ପରୀକ୍ଷା କରାଇ ନିଅନ୍ତୁ
ଭୁବନେଶ୍ବର: ରାଜ୍ୟ ତଥା ଦେଶ ବାହାରୁ ଫେରିଥିବା ଲୋକଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅପିଲ୍ କରିଛି । ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ ହୋଇଥାଇ ପାରନ୍ତି । କାରଣ ପାଖାପାଖି ୮୦ ପ୍ରତିଶତ ପଜିଟିଭ୍ କେସରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ । ତଥାପି ପରୀକ୍ଷା ପରେ ସେମାନଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସୁଛି । କୌଣସି ଲକ୍ଷଣ ପ୍ରକାଶ ନ ପାଇଲେ ମଧ୍ୟ କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ନିଜ ପରିବାରର ସୁରକ୍ଷା ନିଜ ହାତରେ । ପରିବାର, ଗାଁ ତଥା ସମାଜ ପାଇଁ ବାହାର ଫେରନ୍ତା ପରୀକ୍ଷା କରାଇ ନିଅନ୍ତୁ । ତେବେ ସମସ୍ତ ପରୀକ୍ଷା ମାଗଣାରେ କରାଯିବ ବୋଲି ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
People who came from affected states recently might have been infected; they may not know it as about 80 percent of positive cases do not have any symptoms.
Hence, such people must come forward for testing to protect themselves and their families. Testing and treatment are free.— H & FW Dept Odisha (@HFWOdisha) April 22, 2020
ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ପୁଣି ଭଦ୍ରକ ଜିଲ୍ଲାରୁ ତିନି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ତିନି ଜଣଙ୍କର ପଶ୍ଚିମବଙ୍ଗ ଲିଙ୍ଗ ରହିଥିବା କଥା ଜାଣିବା ପରେ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିଛନ୍ତି । ଏହି ୩ ଜଣ ଆଗରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କର ସହଯାତ୍ରୀ ଥିଲେ । ୩ ଜଣ ଆକ୍ରାନ୍ତଙ୍କର ମଧ୍ୟ କୋଲକାତା ଲିଙ୍କ୍ ବୋଲି ସ୍ପଷ୍ଟ କରିଛିି ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ।
ସେପଟେ ଭଦ୍ରକରେ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ୩ଟି ପଂଚାୟତକୁ କଂଟେନମେଂଟ ଜୋନ୍ ଘୋଷଣା କରି ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଏହି ୩ ଜଣ ଆକ୍ରାନ୍ତ ଭଦ୍ରକ ବାସୁଦେବପୁର ବ୍ଲକ ଅଂଚଳର ଲୁଙ୍ଗା , ଅଢୁଆଁ , ଲକ୍ଷ୍ମୀଦାଶପୁର ପଂଚାୟତକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ।