ଏପ୍ରିଲ ୧୮ରେ ସୁଦଶା ବ୍ରତ ପାଳନ କରିବେ ଉଭୟ ନୂତନ, ପୂରାତନ ବ୍ରତୀ

ଭୁବନେଶ୍ବର: ଆସନ୍ତା ୧୮ ତାରିଖ ଦିନ ପାଳନ କରାଯାଉଥିବା ସୁଦଶା ବ୍ରତ ଉଭୟ ନୂତନ ଏବଂ ପୁରାତନ ବ୍ରତଧାରୀମାନେ ପାଳନ କରିବେ ବୋଲି ଅସଲି ଖଡ଼ୀରତ୍ନ ପଞ୍ଜିକାର ଗଣନାକାର ଇଂଜିନିୟର‌ ଦେବଦର୍ଶୀ ଖଡ଼ୀରତ୍ନ କହିଛନ୍ତି।

ଇଂ ଶ୍ରୀ ଖଡ଼ୀରତ୍ନ କହିଛନ୍ତି ଯେ, ଏହି ଦିନ ଶୁକ୍ଲପକ୍ଷ ଦଶମୀ ତିଥି ସହିତ ବିବାହାଦି ଶୁଭକର୍ମ ଥିବାରୁ ଏବଂ ବାସନ୍ତୀକ ଦଶହରା ପାଳିତ ହେଉଥିବାରୁ ନୂତନ ବ୍ରତଧାରୀମାନେ ସୁଦଶା ବ୍ରତ କରିପାରିବେ।

ଶାସ୍ତ୍ରମତ‌େ ବିବାହାଦି ଶୁଭକର୍ମ ସୌରମାସ ଅନୁସାରେ କରାଯାଏ। ଏପ୍ରିଲ ୧୮ ତାରିଖ ସୌରମାସରେ ବୈଶାଖ (ମେଷ) ମାସରେ ହୋଇଥିବାରୁ ଏହି ଦିନ ନୂତନ ବ୍ରତୀମାନେ ସୁଦଶା ବ୍ରତ କରିବାରେ କୌଣସି ଆପତ୍ତି ନାହିଁ ବୋଲି ଦେବଦର୍ଶୀ ଖଡ଼ୀରତ୍ନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର