ଆଇପିଏଲ : ସୁନୀଲ ନାରାୟଣଙ୍କ ଶତକ, ରାଜସ୍ଥାନ ଆଗରେ ୨୨୪ ରନର ଲକ୍ଷ୍ୟ ରଖିଲା କୋଲକାତା

କୋଲକାତା: କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୩୧ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୨୨୪ ରନର ଲକ୍ଷ୍ୟ ରଖିଛି କୋଲକାତା ନାଇଟ୍ ରାଇଡର୍ସ ।

ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ବ୍ୟାଟିଂ କରିଥିବା କୋଲକାତା ଦଳ ଆରମ୍ଭରୁ ନିଜର ଓପନର ଫିଲିପ ସଲ୍ଟଙ୍କ ଓ୍ବିକେଟ ହରାଇଥିଲେ ବି ଅନ୍ୟ ଓପନର ସୁନୀଲ ନାରାୟଣ ବିସ୍ଫୋରକ ବ୍ୟାଟିଂ ଜାରି ରଖି ମାତ୍ର ୫୬ ବଲରେ ୧୦୯ ରନର ଶତକୀୟ ପାଳି ଖେଳିଥିଲେ । ଅଙ୍ଗରୀଶ ରଘୁବଂଶୀ ୩୦ ରନ କରି ସୁନୀଲଙ୍କ ସହ ଏକ ଭଲ ପାର୍ଟନରସିପ କରିଥିଲେ । ତେବେ ମଧ୍ୟକ୍ରମରେ ଆସିଥିବା ଆନ୍ଦ୍ରେ ରସେଲ,ଶ୍ରେୟସ ଆୟର ଯଥାକ୍ରମେ ୧୩ ଓ ୧୧ରନ କରିଥିଲେ । ରିଙ୍କୁ ସିଂ ଅପରାଜିତ ୨୦ ରନ କରିଥିଲେ । । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୩ ରନ କରିଥିଲା ।

ରାଜସ୍ଥାନ ପକ୍ଷରୁ କୁଳଦୀପ ସେନ ଓ ଅଭେସ ଖାଁ ୨ଟି ଲେଖାଏଁ ଏବଂ ଟ୍ରେଣ୍ଟ ବୋଲ୍ଟ ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର