ଟାଟା ଅକ୍ତିଆର କରିବ ଭୂଷଣ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠେଲ୍‌କୁଲିସ୍ଥିତ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍‌ କାରଖାନାକୁ ଟାଟା ଷ୍ଟିଲ ଅକ୍ତିଆର କରିବା ଏକ ପ୍ରକାରର ଚୂଡ଼ାନ୍ତ ହୋଇଛି। ନେସ୍‌ନାଲ କଂପାନି ଲ’ ଟି୍ରବ୍ୟୁନାଲ(ଏନ୍‌ସିଏଲ୍‌ଟି) ଲିବର୍ଟି ହାଉସର ଆବେଦନ ରଦ୍ଦ କରିବା ପରେ ଟାଟା ପାଇଁ ପଥ ପରିଷ୍କାର ହୋଇଯାଇଛି। ସଂଜୟ ସିଂଘଲଙ୍କ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲର ୩୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ରହିଛି। ଋଣ ଅର୍ଥ ଅସୁଲି ପାଇଁ ନେସ୍‌ନାଲ କଂପାନି ଲ’ ଟି୍ରବ୍ୟୁନାଲ(ଏନ୍‌ସିଏଲ୍‌ଟି) ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲେ। ନିଲାମର ଅନ୍ତିମ ତଥି ଗତ ୮ ଫେବ୍ରୁଆରି ସୁଦ୍ଧା କେବଳ ଜେଏସ୍‌ଡବ୍ଲ୍ୟୁ ଓ ଟାଟା ଷ୍ଟିଲ ହିଁ ନିଲାମ ପେପର ଦାଖଲ କରିଥିଲେ। ଟାଟା ଷ୍ଟିଲ ପକ୍ଷରୁ ୨୪ ହଜାର କୋଟି ଟଙ୍କାର ଏକ ଯୋଜନା ଦାଖଲ କରାଯାଇଛି। ଏଥିରୁ ୧୭ ହଜାର କୋଟି ଟଙ୍କା ଋଣ ପରିଶୋଧ ଏବଂ ୭ହଜାର କୋଟି ଟଙ୍କା କର୍ମଚାରୀଙ୍କ ଦରମା ଓ ଅନ୍ୟ କଂପାନି ପରିଚାଳନା ଖର୍ଚ ପାଇଁ ପ୍ରସ୍ତାବ ଦେଇଛି। ଅପରପକ୍ଷରେ ଜେଏସ୍‌ଡବ୍ଲୁ ମାତ୍ର ୧୧ ହଜାର ୫ ଶହ କୋଟି ଟଙ୍କା ପ୍ରସ୍ତାବ ଦେଇଥିଲା। ନିଲାମରେ ଜେଏସ୍‌ଡବ୍ଲ୍ୟୁକୁ ଟାଟା ଷ୍ଟିଲ ପଛରେ ପକେଇଥିଲେ ହେଁ ଗତ ୨୦ ଫେବ୍ରୁଆରିରେ ଇଂଲଣ୍ଡର ଲିବର୍ଟି ହାଉସ୍‌ କଂପାନି ନିଲାମରେ ଭାଗ ନେବା ଆବେଦନ କରିବାରୁ ଏହି ପ୍ରକ୍ରିୟା ପୁଣି ବିଳମ୍ବିତ ହୋଇଥିଲ। ବିଳମ୍ବ ଯୋଗୁଁ କମିଟି ଅଫ୍‌ କ୍ରେଡିଟର୍ସ(ସିଓସି) ଲିବର୍ଟି ହାଉସର ଆବେଦନକୁ ଖାରଜ କରି ଦେଇଥିଲା।

ସମ୍ବନ୍ଧିତ ଖବର