ଭୁଶୁଡ଼ିଲା ଅଙ୍ଗନବାଡ଼ି ତାଜା

ଚମ୍ପୁଆ: ସାମାନ୍ୟ ବର୍ଷାରେ ଚମ୍ପୁଆ ବ୍ଲକ୍‌ ବୀରଧନୁର୍ଜୟପୁର ଶାସନ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ସମ୍ମୁଖ ଭାଗ ଚାଜା ଭୁଶୁଡ଼ି ପଡ଼ିଛି। ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ଆଜି ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ହେବା ପୂର୍ବରୁ ପିଲାମାନେ ଆସି ପହଞ୍ଚି ଯାଇଥିଲେ। ଏହି ସମୟରେ ବର୍ଷା ହେବାରୁ ପିଲାମାନେ ବାରଣ୍ଡାରେ ଠିଆ ହୋଇଥିଲେ।

ହଠାତ୍‌ ଅଙ୍ଗନବ‌ାଡ଼ି କେନ୍ଦ୍ରର ସମ୍ମୁଖ ଭାଗ ଚାଜା ଭୁଶୁଡ଼ି ପଡ଼ିଥିଲା। କୁନିକୁନି ପିଲାମାନେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଥିଲେ। ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ୪୫ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୨୦୧୨ ମସିହାରେ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣ କରାଯାଇଥିଲା। ନିମ୍ନମାନର କାମ ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଚମ୍ପୁଆ ସିଡିପିଓ ସୀତା ମୁର୍ମୁ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର