‌କେଏମ୍‌ବିବିରେ ସପ୍ତାହବ୍ୟାପୀ ‘ଅଧ୍ୟାପକ ବିକାଶ ତାଲିମ୍‌’ ଉଦ୍‌ଯାପିତ

ଭୁବନେଶ୍ୱର : ଖୋର୍ଧାସ୍ଥିତ କେଏମ୍‌ବିବି ବୈଷୟିକ ଶିକ୍ଷାନୁଷ୍ଠାନରେ ଗତ ୮ ତାରିଖରୁ ଚାଲିଥିବା ସପ୍ତାହବ୍ୟାପୀ ଅଧ୍ୟାପକ ବିକାଶ ତାଲିମ୍‌ କାର୍ଯ୍ୟକ୍ରମ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଟିଇକ୍ବୁଆଇପି-୩, ବିପିୟୁଟି ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା ‘ଅକ୍ଷୟଶକ୍ତି ପ୍ରଯୁକ୍ତିବିଦ୍ୟା ଏବଂ ଏହାର ପ୍ରୟୋଗ’ (ଆର୍‌ଇଟିଏ-୨୦୨୧)।

ଉଦ୍‌ଘାଟନୀ ଉତ୍ସବରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ସୋସାଇଟି ଫର୍‌ ଟେକ୍ନିକାଲ ଏଜୁକେସନ୍‌ର ସଭାପତି ପ୍ରଫେସର୍‌ ଡ. ପି.କେ ଦେଶାଇ ମୁଖ୍ୟ ଅତିଥି, ଅନୁଷ୍ଠାନର ଚେୟାରମ୍ୟାନ୍‌ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟବକ୍ତା, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟର୍ସ, କୋଲକାତା ଶାଖାର ନିର୍ଦ୍ଦେଶକ ପ୍ରଫେସର୍‌ ଡ. ଏସ୍‌.ଏମ୍‌ ଅଲ୍ଲୀ ସମ୍ମାନିତ ଅତିଥି, ଆଇଆଇଟି ଦିଲ୍ଲୀସ୍ଥିତ ଆର୍‌ଡିଏଟି ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରଫେସର୍‌ ଡ. ସତ୍ୟନାରାୟଣ ନାୟକ, ଅନୁଷ୍ଠାନର ନିର୍ଦ୍ଦେଶକ (ପ୍ରଶାସନ) ପ୍ରଫେସର୍‌ ସରୋଜ କୁମାର ପଣ୍ଡା ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ (ଏକାଡେମିକ୍ସ) ପ୍ରଫେସର୍‌ ଧନଦାକାନ୍ତ ମିଶ୍ର ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଆଇଆଇଟି ଏବଂ ଏନ୍‌ଆଇଟିମାନଙ୍କରୁ ସ୍ବନାମଧନ୍ୟ ବକ୍ତାମାନେ ଯୋଗ‌ଦେଇ ଅକ୍ଷୟଶକ୍ତି ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ଜ୍ଞାନକୌଶଳର ଉପଯୋଗିତା ଏବଂ ଭବିଷ୍ୟତ ଗବେଷଣା ସମ୍ବନ୍ଧରେ ମତ ରଖିଥିଲେ।

ଉଦ୍‌ଯାପନୀ ଉତ୍ସବର‌େ ଭୁବନେଶ୍ୱର ଆଇଆଇଟିର ପ୍ରଫେସର୍‌ ଡ. ଗଣପତି ପଣ୍ଡା ମୁଖ୍ୟ ଅତିଥି, ରାଉରକେଲା ଏନ୍‌ଆଇଟିର ମେକାନିକାଲ ଇଂଜିନିୟରିଂ ବିଭାଗର ପ୍ରଫେସର୍‌ ଏସ୍‌. ମୁରୁଗାନ୍‌ ସମ୍ମାନିତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ (ଏକାଡେମିକ୍ସ) ପ୍ରଫେସର୍‌ ଡ. ଧନଦାକାନ୍ତ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମର ସଂଯୋଜକ ଡ. ଭବାନୀ ପ୍ରସନ୍ନ ପଟ୍ଟନାୟକ ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମର ସାରାଂଶ ପ୍ରଦାନ କରିବା ସହ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ଡିନ୍‌ (ଏକାଡେମିକ୍ସ) ଡ. ବିଜୁନି ଚରଣ ସୂତାର ଏବଂ କମ୍ପ୍ୟୁଟର୍‌ ସାଇନ୍ସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର୍‌ ତପସ୍ବିନୀ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର