ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଗୋପ :ବାଲିଘାଇ ରାସ୍ତାର ମଦରଙ୍ଗ ବଜାରଠାରୁ ଅଳ୍ପ ଦୂରରେ ଏକ ଅଜଣା ଗାଡି ଧକ୍କାରେ ସ୍ଥାନୀୟ ନେତପୁର ଗ୍ରାମର ତାପସ ବେହେରା (୨୮)ଙ୍କର ମୃତ୍ୟୁ ଘଟିଛି। ତାପସ ଛେନା ବେପାର କରନ୍ତି। ଗତକାଲି ରାତିରେ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ମୋବାଇଲରେ ଯୋଗାଯୋଗ କରିବାରୁ ତାହା କିଛି ସମୟ ବାଜି ବନ୍ଦ ହୋଇ ଯାଇଥିଲା। ସକାଳେ ପରିବାର ଓ ଗ୍ରାମବାସୀ ତାଙ୍କ ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ଗୋପ–ବାଲିଘାଇ ରାସ୍ତାରେ ଟାୟାର ଜାଳି ଦୁଇ ଘଣ୍ଟା ଅବରୋଧ କରିଥିଲେ। ଖବର ପାଇ ଗୋପ ଥାନା ଅଧିକାରୀ ଘଟଣାସ୍ଥଳରେ ପଂହଚିବା ସହିତ ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର