ଟ୍ରାକ୍ଟର ଓଲଟି ନାବାଳକ ଚାଳକ ମୃତ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ ଦେଶିଲ ଗ୍ରାମରେ ଅଘଟଣ ଘଟିଛି। ସୋମବାର ଜମି ଚାଷ କରାଯାଉଥିବା ସମୟରେ ଟ୍ରାକ୍ଟର ଓଲଟି ପଡ଼ି ନାବାଳକ ଚାଳକ ଡାକ୍ତର ସାହୁ (୧୫ବର୍ଷ)ଙ୍କ ମୃତ୍ୟୁ ଘଟିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଅନୁସାରେ, ନୂଆପଡ଼ା ଗାଁର ନରିନ ସାହୁଙ୍କ ଟ୍ରାକ୍ଟରକୁ ସେହି ଗାଁର ଡାକ୍ତର ସାହୁ ଚଳାଉଥିଲେ। ସୋମବାର ଦେଶିଲ ଗାଁର ଏକ ଜମିରେ ଟ୍ରାକ୍ଟର ଯୋଗେ ଚାଷ କରୁଥିବା ସମୟରେ ତାହା ଓଲଟି ପଡ଼ିଥିଲା। ଫଳରେ ଚାଳକ ଟ୍ରାକ୍ଟର ତଳେ ଚାପି ହୋଇ ପ୍ରାଣ ହରାଇଥିଲେ। ଏହାକୁ ନେଇ ଦେଶିଲ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳକୁ ଟିଟିଲାଗଡ଼ ଦମକଳ ବାହିନୀ ପହଞ୍ଚି ଶବକୁ କାଢ଼ିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ପରେ ଜେସିବି ସାହାଯ୍ୟରେ ଟ୍ରାକ୍ଟରକୁ ଉଠାଯାଇ ଶବକୁ ବାହାର କରାଯାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର