ଆଦିବାସୀ ନାବାଳିକାଙ୍କୁ ମଦ ପିଆଇ ଦୁଷ୍କର୍ମ

କଣିହାଁ : ସମଲ ଥାନା ଅଞ୍ଚଳ‌ରେ ଜଣେ ୧୪ବର୍ଷର ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି। ସଂଜ୍ଞାହୀନ ଅବସ୍ଥାରେ ଦୁର୍ବୃତ୍ତମାନେ ତାଙ୍କୁ ଏକ ମନ୍ଦିରରେ ଫିଙ୍ଗି ଦେଇଥିଲେ। ଏହିଘଟଣାରେ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଏହି ନାବାଳିକା ଜଣକ ସଂଧ୍ୟା ସମୟରେ ପିଉସୀ ଘରୁ ଫେରୁଥିଲେ। ସେଦିନ ନାବାଳିକାର ବାପା, ମାଆ ପାଳଲହଡ଼ା ଅଞ୍ଚଳକୁ କାମ କରିବାକୁ ଯାଇଥିଲେ। ସମଲ ବ୍ୟାରେଜ ଅଞ୍ଚଳରେ ରହୁଥିବା ମୁରଲୀ ସାହୁ(୬୫)ଙ୍କ ଘର ଭିତରକୁ ଦୁଇଜଣ ଅଭିଯୁକ୍ତ ନାବାଳିକାଙ୍କୁ ଟାଣିନେଇ ମଦ ପିଆଇ ରାତିସାରା ଦୁଷ୍କର୍ମ କରିଥିଲେ। ନାବାଳିକା ସଂଜ୍ଞାହୀନ ହୋଇଯିବାରୁ କିଛିଦୂରରେ ଥିବା ଚକ୍ରଶିଳା ମନ୍ଦିର ନିକଟରେ ତାଙ୍କୁ ପକାଇଦେଇ ପଳାଇ ଆସିଥିଲେ। ଭୋର୍‌ରେ ଚେତା ଫେରିବା ପରେ ନାବାଳିକା ଘରକୁ ଫେରିଥିଲେ। ଗତକାଲି ପୀଡ଼ିତାଙ୍କ ସହ ତାଙ୍କ ବାପା ଥାନାକୁ ଯାଇ ଏ ସଂପର୍କରେ ଅଭି‌ଯୋଗ କରିଥିଲେ। ଏହି ଘଟଣାରେ ଭାଲୁ ବେହେରା (୨୫) ଓ ମୁରଲୀ ସାହୁଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର