ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନସ ଚଢ଼ାଉ

ଆନନ୍ଦପୁର:କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ କମାର ପଣ୍ଡାଙ୍କ ବାସଭବନ ସମେତ ନଅଟି ଜାଗାରେ ଭିଜିଲାନସ ଚଢ଼ାଉ ଚାଲିଥିବା ଜଣାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ବଡ଼ି ଭୋରରୁ କଟକ ଭିଜିଲାନସ ଟିମ୍  ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ କମାର ପଣ୍ଡାଙ୍କ ବାସଭବନରେ ଚଢ଼ାଉ ଆରମ୍ଭ କରିଥିଲେ।  ତାଙ୍କର ଆନନ୍ଦପୁରସ୍ଥିତ କାର୍ଯ୍ୟାଳୟରେ ବି ଚଢ଼ାଉ ଜାରି ରହିଛି। ଏହାଛଡ଼ା ତାଙ୍କର କଟକ ଜିଲ୍ଲାର ମାହାଙ୍ଗାରେ ଥିବା ପୈତୃକ ଘର, ରାଉରକେଲାର ବାସନ୍ତୀ କଲୋନିରେ ଥିବା ଶଶୁର ଘର ଏବଂ ଭୁବନେଶ୍ୱରଠାରେ ଥିବା ଘର ସମେତ ୯ଟି ଜାଗାରେ ଏକକାଳୀନ ଚଢ଼ାଉ ଜାରି ରହିଥିବାର ସୂଚନା ମିଳିଛି।

ଚଢ଼ାଉ ବେଳେ ବିଭିନ୍ନ ଜରୁରୀ କାଗଜପତ୍ର ଭିଜିଲାନସର ହସ୍ତଗତ ହୋଇଥିବା ଜଣାଯାଇଛି । ତେବେ ଏସଂପର୍କରେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର