ଗଛ କଟାକୁ ବିରୋଧ କଲେ ଗ୍ରାମବାସୀ, ଅନୁମତି ପତ୍ର ଦେଖାଇ ପାରିଲାନି ବନ ବିଭାଗ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବହଳଦା ବନବିଭାଗ ପକ୍ଷରୁ ଗଛ କଟାକୁ ବିରୋଧ କଲେ ଗ୍ରାମବାସୀ। କାଟିବା ପାଇଁ ଅନୁମତି ପତ୍ର ଦେଖାଇ ପାରିଲାନି ବନ ବିଭାଗ। ଏନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଜଙ୍ଗଲ ବଢ଼ାଇବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜଙ୍ଗଲର ରକ୍ଷକ ବେଆଇନ ଭାବେ ଗଛ କାଟି ଚାଲାଣ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ବ୍ରାହ୍ମଣବୋଷ ଶାଳ ଜଙ୍ଗଲରେ ଏଭଳି ଘଟଣା ଦେଖିବାକୁ ମିଳି ଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବହଳଦା ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ କିଛି ସବୁଜ ବାହିନୀ ଗଛ କାଟି ଟ୍ରାକ୍ଟର ଯୋଗେ ନେଇ ଯାଉଥିବା ବେଳେ ଗ୍ରାମବାସୀ ବିରୋଧ କରି ଥିଲେ। ଯାହାଫଳରେ ତାଙ୍କ ଭିତରେ ଯୁକ୍ତି ତର୍କ ହୋଇ ଥିଲା। କିନ୍ତୁ ଗ୍ରାମବାସୀ ବନ ବିଭାଗକୁ କାଟି ଥିବା ଗଛ ନେବା ପାଇଁ ଦେଇନଥିଲେ।
ତେବେ ସାଧାରଣ ଲୋକଙ୍କ ପାଇଁ ଗୋଟେ ଆଇନ ରହିଥିବା ବେଳେ ବନବିଭାଗ କିପରି ଭାବରେ ନେଇଯାଉଛି ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଯାଇଥିଲା। ଗ୍ରାମବାସୀ ବନବିଭାଗ ଏସିଏଫ୍‌ଙ୍କ ସହିତ ସମସ୍ତ ବନକର୍ମ ଚାରୀଙ୍କୁ ଅଟକ ରଖିଥିଲେ। ଫଳରେ ଏସିଏଫ୍‌ଙ୍କ ସହ ମଧ୍ୟ ଅସନ୍ତୋଷ ଦେଖା ଯାଇଥିଲା। ଏନେଇ ରେଞ୍ଜରକୁ ପଚାରିବାରୁ ସେ ଉତ୍ତର ରଖିଥିଲେ ଆମ ପାଖରେ ସମସ୍ତ ପ୍ରକାର ପର୍ମିସନ ଅଛି। ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଅବଗତ କରିଛୁ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଥିଲେ। କିନ୍ତୁ କୌଣସି ପର୍ମିସନ ଦେଖେଇ ନଥିଲେ। ଘଟଣାସ୍ଥାଳରୁ ଆମ୍ଭେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଉତ୍ତର ରଖିଥିଲେ। ମୁଁ ଏ ବିଷୟରେ ଅବଗତ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି।
ଏହାକୁ ନେଇ ଆଜି ବାରିପଦା ଆରସିସି ଡ଼ିସିଏଫ୍ ତପନ ପରିଡ଼ା ମଧ୍ୟ  ଅଧିକ ତଦନ୍ତ ପାଇଁ ଆସିଥିଲେ ବୋଲି ସୂଚନା ମିଳିଛି। ଯଥା ଶୀଘ୍ର କାର୍ଯନୁଷ୍ଠାନ ଗ୍ରହଣ କରା ଯିବ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ତେବେ ଦେଖିବାକୁ ବାକି ରହିଲା ସାଧାରଣ ଲୋକଙ୍କ ପାଇଁ ସଙ୍ଗେ ସଙ୍ଗେ କାର୍ଯନୁଷ୍ଠାନ ଗ୍ରହଣ ହେଉ ଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ ଉପରେ କେତେ ଶୀଘ୍ର ପଦକ୍ଷେପ ଗ୍ରହଣ କରା ଯାଉଛି। ସାଧାରଣ ଲୋକଙ୍କ ପାଇଁ ଅନୁମତି ପ୍ରଥମେ ପଡ଼ୁଥିବା ବେଳେ ବନକର୍ମଚାରୀମାନଙ୍କ ପାଇଁ ପରେ ଜରୁରୀ ପଡ଼ୁଥିବା ଦେଖା ଦେଇଛି। ସରପଞ୍ଚ ବୈଦେହି ହାଁସଦାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ତେବେ ଏଭଳି ଘଟଣା ଗତ କିଛି ମାସ ମଧ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ଗଛ ଓ ରାଇରଙ୍ଗପୁର ଆକାଶବାଣୀ କେନ୍ଦ୍ର ପରିସରରେ ଥିବା ଗଛ କାଟି ବିକ୍ରି କରାଯାଇଥିବା ଆଭିଯୋଗ ହୋଇଥିଲା। ତେବେ ରାଇରଙ୍ଗପୁର ବନଖଣ୍ଡର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଗଛ କଟା ଯାଉଛି। କିଛି ସ୍ଥାନରେ ଗଛ କଟାଯିବା ଘଟଣା ଲୋକ ଲୋଚନକୁ ଆସିବା ପରେ ବନ ବିଭାଗ ଅନୁମତି ପତ୍ର ପ୍ରଦାନ କରୁଥିବା ଜଣା ପଡ଼ିଛି।
ସମ୍ବନ୍ଧିତ ଖବର