୭ ଦଫା ଦାବି ନେଇ ଭୋଟ ବର୍ଜନ ଚେତାବନୀ ଦେଲେ ମଢ଼େଇକଚା ପଞ୍ଚାୟତ ବାସିନ୍ଦା, ରାସ୍ତା ନଥିବାରୁ ଗଡ଼ିପାରୁନି ଲକ୍ଷ୍ମୀ ବସ୍‌ 

ରାଇରଙ୍ଗପୁର/ବିଜାତଳା: ୭ ଦଫା ଦାବି ନେଇ ଭୋଟ ବର୍ଜନର ନିଷ୍ପତ୍ତି ନେଲେ ମଢେଇକଚା ପଞ୍ଚାୟତବାସୀ। ମୟୂରଭଞ୍ଜ ଜିଲ୍ଲା ବିଜାତାଳା ବ୍ଲକ ଅନ୍ତର୍ଗତ ମଢେଇକଚା ଗ୍ରାମପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ତେବେ ପଞ୍ଚାୟତବାସୀଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନଥିବାରୁ ଲକ୍ଷ୍ମୀ ବସ ଯାଇ ପାରିନାହିଁ, ଯାହା ଫଳରେ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତତ୍ ସହିତ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଆରଆଇ ଅଫିସ, ପୋଷ୍ଟ ଅଫିସ ଏହିପରି ୭ଟି ଦାବି ରହି ଥିବା ବେଳେ ମୁଖ୍ୟତଃ ବଡ଼ବିଲ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଏବଂ ବିଦ୍ୟୁତ୍ ସଂଯୋଗୀ କରଣ ଅଧିକ ଜରୁରୀ ବୋଲି ପଞ୍ଚାୟତ ବାସୀ କହିଛନ୍ତି। ତେଣୁ ପଞ୍ଚାୟତର ଶତାଧିକ ଲୋକ ଏକ ବୈଠକ କରିଥିବା ସହିତ ନିର୍ବାଚନ ପୂର୍ବରୁ ଏହି ମୌଳିକ ସୁବିଧା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର