ଅସ୍ତରଙ୍ଗ ବେଳାଭୂମିରେ ୪୮ ଫୁଟର ମୃତ ତିମି, ବନବିଭାଗ ଦ୍ୱାରା ଉଦ୍ଧାର

ଅସ୍ତରଙ୍ଗ: ପୁରୀଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ବେଳାଭୂମିର ପୀରଜାହାନିଆ ନିକଟସ୍ଥ ଗୁଣ୍ଡଳବା ସମୁଦ୍ରକୂଳ ନିକଟରୁ ପ୍ରାୟ ୪୮ ଫୁଟର ଏକ ମୃତ ତିମି ଉଦ୍ଧାର ହୋଇଛି | ଘଟଣାସ୍ଥଳରେ ବନବିଭାଗ ଟିମ୍, ପଶୁ ଓ ମତ୍ସ୍ୟ ବିଭାଗ ଟିମ୍ ପହଞ୍ଚି ମୃତ ତିମି ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛନ୍ତି |
ବେଳାଭୂମି ଅଞ୍ଚଳରେ ମୃତ ତିମି ଦେଖିବାକୁ ଲୋକଙ୍କର ଭିଡ଼ ଜମିଛି | ବାଲିପଠାରେ ମୃତ ତିମିକୁ ପୋତି ଦେବାକୁ ବନବିଭାଗ ଟିମ୍ ଚେଷ୍ଟା ଚଳାଇଛନ୍ତି |ବିରାଟକାୟ ଏହି ତିମିର ସମ୍ପୂର୍ଣ୍ଣ ଅଂଶ ପଚିଯାଇଥିବା ଅସ୍ତରଙ୍ଗ ପଶୁ ଓ ପ୍ରାଣୀ ସମ୍ପଦ ବିଭାଗ ଅଧକାରୀ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବାକୁ ମୃତ ତିମିର ସାମ୍ପୁଲ୍ ସଂଗ୍ରହ କରିଥିଲେ |

ସୂଚନା ମୁତାବକ ଆଜି ସକାଳୁ ପୀରଜାହାନିଆ ନିକଟସ୍ଥ ଗୁଣ୍ଡଳବା ଗାଁର ସମୁଦ୍ର କୂଳରେ ମୃତ ତିମିଟି ଲାଗିଥିଲା | ସ୍ଥାନୀୟ ଲୋକେ ସମୁଦ୍ର କୂଳକୁ ଯାଇଥିବା ବେଳେ ଏହି ଦୃଶ୍ୟ ଦେଖି ବନବିଭାଗକୁ ସୂଚନା ଦେଇଥିଲେ|ଖବର ପାଇ ବନ ବିଭାଗର ରେଞ୍ଜର ହ୍ୟୁମାନ ନାୟକ ଏକ ଟିମ୍ ଧରି ଘଟଣାସ୍ଥଳରେ ପହଞ୍ଚି ମୃତ ତିମିକୁ ପାଣିରୁ ଉଦ୍ଧାର କରିଥିଲେ |

ଏଥିସହ ମତ୍ସ୍ୟବିଭାଗ ଓ ପଶୁ ବିଭାଗ ଟିମ୍ ଖବର ପାଇ ସେଠାରେ ପହଞ୍ଚିଥିଲେ। ସ୍ଥାନୀୟ ପରିବେଶବିତ୍ ଶୋଭାକର ବେହେରା କୁହନ୍ତି,ବହୁଦିନ ତଳୁ ଏହି ତିମି ମୃତ୍ୟୁବରଣ କରିଥିବାରୁ ତାର ସମ୍ପୂର୍ଣ୍ଣ ଶରୀର ପଚିଯାଇଛି|ଏହାର ଓଜନ ପ୍ରାୟ ୧୫ଟନ୍ ଓ ଲମ୍ବା ୪୦ରୁ ୪୫ ଫୁଟ୍ ହେବ ବୋଲି ସେ ସୂଚନା ଦେଇଛନ୍ତି |

ସମ୍ବନ୍ଧିତ ଖବର