ଦୀପ ନିଆଁ ଲାଗି ମହିଳା ଗୁରୁତର

ଆନନ୍ଦପୁର: ସାବିତ୍ରୀ ଅମାବାସ୍ୟା ପାଇଁ ପୂଜା ଚାଲିଥିବା ବେଳେ ଅଘଟଣ ଘଟିଛି। ଠାକୁର ଘରେ ପୂଜା କରୁଥିବା ସମୟରେ ଦୀପରୁ ନିଆଁ ଲାଗି ଜଣେ ନବବିବାହିତା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ମହିଳା ହେଲେ ଘସିପୁରା ଏସ୍‌ବିଆଇ ପଛପାଖ କଲୋନିର ଘନଶ୍ୟାମ ସାହୁଙ୍କ ପତ୍ନୀ ଅଭିଲିପ୍‌ସା। ସେ ଘରେ ପୂଜାର୍ଚ୍ଚନା କରୁଥିବା ବେଳେ ଅସାବଧାନତା ଯୋଗୁଁ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ପରିବାରଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

ସମ୍ବନ୍ଧିତ ଖବର