ଦୁର୍ଘଟଣାରେ ମହିଳା ମୃତ

ବଡ଼ସାହି/ମାଣତ୍ରୀ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି-ମାଣତ୍ରୀ ରାସ୍ତାର ବଦଳିଗାଁ ଛକରେ ଆଜି ମଧ୍ୟାହ୍ନରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି।

ବଡ଼ସାହି ଥାନା ଯମୁନା ଗ୍ରାମର ବାବୁଲି ସିଂଙ୍କ ସ୍ତ୍ରୀ ଅନିତା (୩୫) ଖୁଣ୍ଟାପାଳ ଗ୍ରାମର ନିଜ ଭାଇ ଅଜିତ ସିଂଙ୍କ ଓଡି୦୧ଏଲ୍‌-୬୮୯୧ ନମ୍ବର ବିଶିଷ୍ଟ ବାଇକ୍‌ରେ ନିଜ ୨ ପିଲାଙ୍କୁ ନେଇ ମାଣତ୍ରୀ ଶିବ ମନ୍ଦିରରୁ ପୂଜା ସାରିି ଘରକୁ ଫେରୁଥିଲେ। ଓଡି୦୧ସି-୨୬୨୩ ନମ୍ବର ବିଶିଷ୍ଟ ଅନ୍ୟ ଏକ ବାଇକ୍‌ରେ ହରିପୁର ଗ୍ରାମର ସୁଶାନ୍ତ ସାହୁ ଓ ଜଣେ ସାଙ୍ଗ ଦ୍ରୁତଗତିରେ ଆସି ବଦଳିଗାଁ ନିକଟରେ ଅଜିତଙ୍କ ବାଇକକୁ ଧକ୍କା ଦେବା ଫଳରେ ବାଇକ୍‌ରେ ବସିଥିବା ଅନିତା ଓ ତାଙ୍କର ୨ ପିଲା ଏବଂ ଚାଳକ ଅଜିତ ରାସ୍ତା ପାର୍ଶ୍ୱକୁ ଛିଟିକି ପଡି ଗୁରୁତର ହୋଇଥିଲେ। ସୁଶାନ୍ତ ଓ ତାଙ୍କ ସାଙ୍ଗ ମଧ୍ୟ ଗୁରୁତର ହୋଇଥିଲେ। ବଡ଼ସାହି ଥାନାଧିକାରୀ ଜୟନାରାୟଣ ଖଣ୍ଡେଇ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ବାରିପଦା ପିଆର୍‌ଏମ୍‌ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅନିତାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଚିକିତ୍ସିତ ଅଛନ୍ତି।

ସମ୍ବନ୍ଧିତ ଖବର