ଗୁଳିମାଡ଼ରେ ଯୁବକ ଗୁରୁତର

ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ଥାନା ବିନ୍ଦଲ ସ୍ପଞ୍ଜ ଆଇରନ୍‌ ପ୍ଲାଣ୍ଟ ନିକଟ‌ରେ ବୁଧବାର ଦିନ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ‌ହୋଇଛନ୍ତି। ସେ ହେଲେ ବିଲିଣ୍ଡାର ଗାଁର ଲିପକ କୁମାର ବେହେରା(୨୨)। ତାଙ୍କ ପେଟ, ଗୋଡ଼ରେ ଗୁଳି ବାଜିଛି। ଅନୁଗୁଳରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ପ୍ଲାଣ୍ଟ୍‌ ନିକଟରେ ମାଛ ଧରା ଦେଖୁଥିବା ସମୟରେ ତାଙ୍କୁ ପ୍ଲାଣ୍ଟରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଗୁଳି ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଏ ନେଇ କୌଣସି ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର