୫ ଲକ୍ଷ ବିକ୍ରି ମାଇଲଖୁଣ୍ଟ ଅତିକ୍ରମ କଲା ରେନୋ, ଘୋଷଣା କଲା ବିଭିନ୍ନ ଅଫର

ରେନୋ ଇଣ୍ଡିଆ ଭାରତରେ ୫ ଲକ୍ଷ ବିକ୍ରି ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ବିକ୍ରି ମାଇଲଷ୍ଟୋନକୁ ପାଳନ କରିବା ପାଇଁ ରେନୋ ପକ୍ଷରୁ ଡିସେମ୍ବର ଉତ୍ସବରେ କେତେକ ଆକର୍ଷଣୀୟ ଅଫରର ଶୁଭାରମ୍ଭ କରାଯାଇଛି । କ୍ୱିଡରେ ରେନୋ ପକ୍ଷରୁ ସିମୀତ ସମୟ ପାଇଁ ଅନ୍ୟ ସୁବିଧା ସହିତ ୦ ପ୍ରତିଶତ ସୁଧ ହାରରେ ସ୍ୱତନ୍ତ୍ର ଆର୍ଥିକ ଅଫରର ଘୋଷଣା କରାଯାଇଛି । କ୍ୱିଡର ସଫଳତା ସହିତ ରେନୋ ଇଣ୍ଡିଆ ପକ୍ଷରୁ ବର୍ତ୍ତମାନ ନୂତନ କ୍ୱିଡ ୨୦୧୧୮ ଫିଚର ଲୋଡେଡ ରେର ଶୁଭାରମ୍ଭ କରାଯାଇଛି ଯାହା ଉଭୟ ମାନୁଆଲ ଏବଂ ଅଟୋମେଟେଡ ଟ୍ରାନ୍ସମିଶନ ବିକଳ୍ପ ସହିତ ଉପଲବ୍ଧ । ଡଷ୍ଟର ସହିତ ରେନୋ ଭାରତୀୟ ଅଟୋମେଟିଭ ଉଦ୍ୟୋଗରେ ସମ୍ପୁର୍ଣ୍ଣ ନୂତନ ବିଭାଗ ସୃଷ୍ଟି କରିପାରିଛି ଯାହାକି ଭାରତୀୟ ରାସ୍ତାରେ ପ୍ରାଧ୍ୟାନ୍ୟ ବିସ୍ତାର କରିପାରିଛି ।

୫ ଲକ୍ଷ ମାଇଲ ଷ୍ଟୋନ ବିକ୍ରି ଉତ୍ସବର ଏକ ଅଂଶ ଅନୁସାରେ, ଡଷ୍ଟର ପକ୍ଷରୁ ଦୁଇଟି ନୂତନ ଭାରିଆଣ୍ଟର ଶୁଭାରମ୍ଭ କରାଯାଇଛି , ଗୋଟିିଏ ପେଟ୍ରୋଲ-ଆରଏକ୍ସଏସ ଏବଂ ଅନ୍ୟଟି ଏଏମଟି ଡିଜେଲ- ଆରଏକ୍ସଏସ ଏଏମଟି । ଏହି ଶୁଭାରମ୍ଭ ସହିତ ଡଷ୍ଟର ରେ ବର୍ତ୍ତମାନ ଅଧିକ ବୈଶିଷ୍ଟ୍ୟ ଏବଂ ଏସୟୁଭି ସ୍ପେସରେ ପେଟ୍ରୋଲ ଏବଂ ଅଟୋମେଟିଭ ଯାନର ଚାହିଦା ପୂରଣ କରିବାରେ ଶ୍ରେଷ୍ଠ ହୋଇପାରିଛି । ରେନୋ ଡଷ୍ଟର ଏକ ବିସ୍ତୃତ ରେ ଯାହା ମଧ୍ୟରେ ଡିଜେଲ ମାନୁଆଲ (୮୫ ପିଏସ ଏବଂ ୧୧୦ପିଏସ), ଡିଜେଲ ଏଏମଟି, ଡିଜେଲ ଏଏମଟି, ଡ଼ିଜେଲ ଏଡ଼ବ୍ଲୁଡ଼ି, ପେଟ୍ରୋଲ ମାନୁଆଲ ଏବଂ ପେଟ୍ରୋଲ ସିଭିଟି ରହିଛି ।

ବିକ୍ରି ମାଇଲଷ୍ଟୋନ ଯାହା ଡିସେମ୍ବର ଉତ୍ସବ ସହିତ ସହଭାଗି ରହିଛି ତାହା ମଧ୍ୟ ରେନୋ କ୍ୟାପଚରରେ ରୁଫ ରେଲ ସହିତ ଆକର୍ଷଣୀୟ ନୂତନ ରାଡିଆଣ୍ଟ ରେଡ ରଙ୍ଗର ଶୁଭାରମ୍ଭ କରାଯାଇଛି । ଡିସେମ୍ବର ଉତ୍ସବର ଏକ ଅଂଶ ଅନୁଯାୟୀ କ୍ୟାପଚର ଆକର୍ଷଣୀୟ ଅଫର ସହିତ ଏକ ସିମୀତ ସମୟ ପାଇଁ ଉପଲବ୍ଧ ହେବ । ଆସନ୍ତା ଜାନୁୟାରୀଠାରୁ ରେନୋ ନିଜର କାର ଗୁଡ଼ିକର ମୂଲ୍ୟ ୧.୫ ପ୍ରତିଶତ ବୃଦ୍ଧି କରିବା ବିଷୟ ଘୋଷଣା କରିଛି ।

ସମ୍ବନ୍ଧିତ ଖବର