‘ଫିଟ୍‌ଜି’ର ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଜେଇଇ-ଆଡଭାନ୍ସଡ୍‌ରେ ସଫଳତା ହାସଲ କରିଥିବା ଫିଟ୍‌ଜିର କଟକ ଓ ଭୁବନେଶ୍ୱର ସେଣ୍ଟର୍‌ର ଛାତ୍ରଛାତ୍ରୀମାନଙ୍କୁ ଆଜି ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଫିଟ୍‌ଜିର ଭୁବନେଶ୍ୱର ସେଣ୍ଟର୍‌ରେ ପାଠ ପଢ଼ୁଥିବା ସାର୍ଥକ ବେହେରା ସର୍ବଭାରତୀୟ ସ୍ତରରେ ୮୨ତମ ର‍୍ୟାଙ୍କ୍‌ ରଖି ଓଡ଼ିଶା ଟପର୍‌ ହୋଇଛନ୍ତି। ଚିରାମ୍‌ ମହାପାତ୍ର (ର‍୍ୟାଙ୍କ-୧୪୩), ସ୍ପନ୍ଦନ ସେନାପତି (୧୯୧), ସଂକଳ୍ପ ବଳିଆରସିଂହ (୭୨୩), ସଙ୍କେତ କୁମାର ତ୍ରିପାଠୀ(୮୮୨) ଓ ଅଭିଶେଷ କେଜ୍ରିଓ୍ଵାଲ୍‌ (୯୭୫) ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଫିଟ୍‌ଜିର ଛାତ୍ରଛାତ୍ରୀ ରାଜ୍ୟ ଟପର୍‌ ହୋଇଛନ୍ତି ବୋଲି ଫିଟ୍‌ଜିର ଓଡ଼ିଶା ଅପରେସନ୍‌ ମୁଖ୍ୟ ପି କେ ଦାଶ କହିଛନ୍ତି। ଏଠାରେ ପିଲାମାନଙ୍କୁ କେବଳ ପାଠପଢ଼ା ଯାଏନାହିିଁ। ସେମାନଙ୍କ ବ୍ୟକ୍ତିତ୍ୱ ବିକାଶ ପ୍ରତି ମଧ୍ୟ ଧ୍ୟାନ ଦିଆଯାଏ ବୋଲି ସେ କହିଛନ୍ତି। ସେହିପରି ଫିଟ୍‌ଜିର ଭୁବନେଶ୍ୱର ସେଣ୍ଟର୍‌ ମୁଖ୍ୟ ରଣଜୟ ବର୍ଦ୍ଧନ କହିଛନ୍ତି ଯେ, ଏଠାରେ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ଆମେ ଏଭଳି ପ୍ରସ୍ତୁତ କରିଥାଏ ଯଦ୍ୱାରା ସେ ଜେଇଇରେ ନିଶ୍ଚିତ ସଫଳତା ପାଇବେ। ପ୍ରତିବର୍ଷ ଆମର ଯେତିକି ଛାତ୍ରଛାତ୍ରୀ ସଫଳତା ପାଉଛନ୍ତି ତାହା ଆମ ପାଠପଢ଼ା ଶୈଳୀର ପ୍ରତିଫଳନ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୧୦ ର‍୍ୟାଙ୍କ୍‌ ଭିତରେ ଫିଟ୍‌ଜିର ୪ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଫିଟ୍‌ଜି କଟକ ଓ ଭୁବନେଶ୍ୱର କେନ୍ଦ୍ରର ୭୫ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର