ପଟିଆରେ ‘ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ’ର ନୂଆ ଷ୍ଟୋର

ଭୁବନେଶ୍ୱର: ବର୍ଷକ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ନୂଆ ଷ୍ଟୋର୍‌ ଖୋଲିବାକୁ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ଯୋଜନା ରଖିଛି। ଆଜି ପଟିଆରେ ନୂଆ ଷ୍ଟୋର୍‌ ଉଦ୍‌ଘାଟନ କରିବା ଅବସରରେ ଏହାର ମୁଖ୍ୟ ରାଜେଶ ଗୁପ୍ତା ଏହି ସୂଚନା ଦେଇଛନ୍ତି। ସେ କହିଲେ, ଭୁବନେଶ୍ୱରେ ଏହା ଆମର ତୃତୀୟ ଓ ରାଜ୍ୟରେ ୧୫ତମ ଷ୍ଟୋର୍‌। ଗଣେଶ ପୂଜାରେ ଏକ ନୂଆ ଷ୍ଟୋର୍‌ ଜଗତସିଂହପୁରରେ ଖୋଲାଯିବ। ବର୍ଷକ ଭିତରେ ଆମର ଷ୍ଟୋର୍‌ ସଂଖ୍ୟା ୨୫ରେ ପହଞ୍ଚିବ। ଚାରି ମହଲା ବିଶିଷ୍ଟ ୬ ହଜାର ବର୍ଗଫୁଟର ପଟିଆ ଷ୍ଟୋର୍‌କୁ ଏକ୍ସିସ୍‌ ବ୍ୟାଙ୍କର ବରିଷ୍ଠ ଉପସଭାପତି ତଥା ଭୁବନେଶ୍ୱର ସର୍କଲ୍‌ ମୁଖ୍ୟ ଅରବିନ୍ଦ ସାହୁ ଓ ଡେପୁଟି ଭାଇସ୍‌ ପ୍ରେସିଡେଣ୍ଟ୍‌ ଶଶିଭୂଷଣ ପ୍ରସାଦ ଉଦ୍‌ଘାଟନ କରିଛନ୍ତି। ଏହି ଷ୍ଟୋର୍‌ରେ ୪୦ରୁ ଅଧିକ ନାମୀଦାମୀ ବ୍ରାଣ୍ଡ୍‌ର ଏଲ୍‌ଇଡି, ଓ୍ଵାସିଂ ମେସିନ୍‌, ଏସି, ହୋମ୍‌ ଆପ୍ଲାଏନ୍‌ସେସ୍‌, କିଚେନ୍‌ ଆପ୍ଲାଏନ୍‌୍‌ସେସ୍‌, ଲାପଟପ୍‌ ଓ ମୋବାଇଲ୍‌ ଫୋନ୍‌ ଆଦି ବିକ୍ରି କରାଯାଉଛି। ଷ୍ଟୋର୍‌ର ପ୍ରଥମ ୧୦୦ ଜଣ ଗ୍ରାହକଙ୍କ ପାଇଁ ୫ଟି ଅଫର ରହିଛି।

ସମ୍ବନ୍ଧିତ ଖବର