ମିଲ୍‌କ ମନ୍ତ୍ର ଆଣିଲା ଛେନାପୋଡ଼

ଭୁବନେଶ୍ବର: ମିଲ୍‌କ ମନ୍ତ୍ର ପକ୍ଷରୁ ଉତ୍ତମ ମାନର ସ୍ବାଦିଷ୍ଟ ଛେନାପୋଡ଼ ବଜାରରେ ଉପଲବ୍ଧ କରାଯାଇଛି। ଜାତୀୟ ଦୁଗ୍ଧ ଦିବସ ଉପଲକ୍ଷେ ଡ. ଭର୍ଗିଜ୍ କୁରିଏନ୍‌ଙ୍କୁ ସମ୍ମାନ ଜଣାଇ କମ୍ପାନି ୧୫ ଦିନ ପର୍ଯ୍ୟନ୍ତ ସତେଜ ରହୁଥିବା ସ୍ବଳ୍ପ ଚିନିଯୁକ୍ତ ଛେନାପୋଡ଼ ବଜାରକୁ ଆଣିଛି। ଏଥିସହିତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ର କରାଯାଇଥିଲା। ଏହି ଅବସରରେ କମ୍ପାନିର ବିକ୍ରି ଓ ବିପଣନ ମୁଖ୍ୟ ସ୍ବୟମ୍ ପ୍ରକାଶ ମିଶ୍ର କହିଥିଲେ, ମିଲ୍‌କି ମୁ ଛେନାପୋଡ଼ର ସ୍ବତନ୍ତ୍ର ପ୍ୟାକେଜିଂ ଓ ଉତ୍ତମ ସ୍ବାଦ ନିଶ୍ଚିତ ରୂପେ ସମସ୍ତଙ୍କର ପ୍ରଥମ ପସନ୍ଦ ହେବ। କମ୍ପାନିର ଗୁଣବତ୍ତା ଓ ଏନ୍‌ପିଡି ମୁଖ୍ୟ ଦେବାଶିଷ ମହାନ୍ତି କହିଥି‌ଲେ, ମିଲ୍‌କି ମନ୍ତ୍ରର ଛେନାପୋଡ଼ ଶୁଦ୍ଧ କ୍ଷୀରରେ ତିଆରି ହୋଇଥିବାବେଳେ ଏଥିରେ କୌଣସି ପ୍ରକାର ପ୍ରିଜରଭେଟିଭ ବ୍ୟବହାର ହୋଇନାହିଁ। ଏହି ଛେନାପୋଡ଼କୁ ପୁରୀରେ ଥିବା କମ୍ପାନିର ଅତ୍ୟାଧୁନିକ ପ୍ଲାଣ୍ଟରେ ପାରମ୍ପରିକ ପ୍ରଣାଳୀରେ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର