୬ ବର୍ଷ ବୟସରେ ମିଲିଓନେୟାର୍‌

ନୂଆଦିଲ୍ଲୀ: ରିୟାନ୍‌ ନାମକ ଏକ ବାଳକ ୬ ବର୍ଷ ବୟସରେ ମିଲିଓନେୟାର୍‌ ହୋଇଛନ୍ତି। ୟୁଟ୍ୟୁବ୍‌ରେ ଖେଳନାର ସମୀକ୍ଷା କରୁଥିବା ରିୟାନ୍‌ ଗତବର୍ଷ ୧୧ ନିୟୁତ ଡଲାର ଆୟ କରିଥିଲେ। ରିୟାନ୍‌ଙ୍କ ପ୍ରକୃତ ଠିକଣା ଓ ସାଙ୍ଗିଆକୁ ଗୋପନ ରଖାଯାଇଛି। ୟୁଟ୍ୟୁବ୍‌ରୁ ସର୍ବାଧିକ ଆୟ କରିବାରେ ସେ ଗତବର୍ଷ ଅଷ୍ଟମ ସ୍ଥାନରେ ଥିଲେ। ତାଙ୍କର ୧୫ ନିୟୁତ ଅନୁଗାମୀ ଅଛନ୍ତି। ରିୟାନ୍‌ ଏବେ ନିଜ ବ୍ରାଣ୍ଡ୍‌ ନାମର ଖେଳନା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି। ସେହି ସବୁ ଖେଳନାକୁ ବିକ୍ରି କରିବା ପାଇଁ ବିଶ୍ୱର ସର୍ବବୃହତ ଖୁଚୁରା କଂପାନି ଓ୍ଵାଲ୍‌ମାର୍ଟ ସହିତ ବୁଝାମଣା କରିଛନ୍ତି। ଓ୍ଵାଲ୍‌ମାର୍ଟର ୨୫୦୦ ଷ୍ଟୋର୍‌ ଓ େଓ୍ଵବ୍‌ସାଇଟ୍‌ରେ ‘ରିୟାନ୍‌ସ ଓ୍ଵାର୍ଲଡ୍‌’ ବ୍ରାଣ୍ଡ୍‌ ନାମର ଖେଳନା ବିକ୍ରି କରାଯିବ। ତିନି ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ରିୟାନ୍ସ ଓ୍ଵାର୍ଲଡ୍‌ ବ୍ରାଣ୍ଡ୍‌ର ସାମଗ୍ରୀଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ରିୟାନ୍‌ ନିଜ ବ୍ରାଣ୍ଡ୍‌ର ଟି-ସାର୍ଟ ମଧ୍ୟ ଓ୍ଵାଲ୍‌ମାର୍ଟ ଜରିଆରେ ବିକ୍ରି କରିବେ। ତାଙ୍କ ବ୍ୟବସାୟ ବହୁତ ଭଲ ଚାଲିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର