ରେନଲ୍ଟ ଇଣ୍ଡିଆର ନୂଆ ଏମ୍‌ଡି ଭେଙ୍କଟରାମ

ଭୁବନେଶ୍ବର: ରେନଲ୍ଟ ଇଣ୍ଡିଆର ନୂଆ ପରିଚାଳନା ନିର୍ଦେଶକ (ଏମ୍‌ଡି) ଭାବେ ଭେଙ୍କଟରାମ୍ ମାମିଲାପାଲେ ଦାୟିତ୍ବ ଗ୍ରହଣ କରିଛନ୍ତି। ଗାଡ଼ି ବ୍ୟବସାୟରେ ତାଙ୍କର ଦୀର୍ଘ ୨୮ ବର୍ଷର ଅଭିଜ୍ଞତା ରହିଛି। ସେ ଭାରତ ଓ ସାର୍କ ରାଷ୍ଟ୍ରଗୁଡ଼ିକରେ ରେନଲ୍ଟ କାରବାରର ଦେଖାଶୁଣା କରିବେ। କଂପାନିର ବିକ୍ରି ପରିମାଣକୁ ମଧ୍ୟବର୍ତିକାଳୀନ ଭିତ୍ତିରେ ଦୁଇ ଗୁଣା ବଢ଼ାଇବାକୁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ପ୍ରଥମ ପ୍ରାଥମିକତା ହେବ କଂପାନିକୁ ଏକ ଟିମ୍ ଭାବେ ଚଲାଇବା। ଏହା ପରେ ଗ୍ରାହକ କୈନ୍ଦ୍ରୀକ ସେବା ପ୍ରଦାନ କରିବା ଉପରେ ଗୁରୁତ୍ବ ଦିଆଯିବ। ତୃତୀୟ ଲକ୍ଷ୍ୟ ହେଉଛି ଆସନ୍ତା ତିନି ବର୍ଷରେ ବିକ୍ରି ପରିମାଣ ଦୁଇ ଗୁଣା ବଢ଼ାଇ ୧୫୦,୦୦୦ ୟୁନିଟ୍ କରିବା।

ସମ୍ବନ୍ଧିତ ଖବର