କଳିଙ୍ଗନଗର ଟାଟାଷ୍ଟିଲ୍‌ରେ ଦୁର୍ଘଟଣା ଘଟି ୪ ଶ୍ରମିକ ଗୁରୁତର ଆହତ

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଟାଟା ଷ୍ଟିଲ୍‌ ପାଚେରୀ କାମ ବେଳେ ବିଦ୍ୟୁତ୍‌ କରେଣ୍ଟ୍‌ ଲାଗି ୪ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନେ ହେଉଛନ୍ତି ଲାଲୁ ଯାଦବ(୨୦), ଦୀପକ ସାମଲ(୩୩), ସୁନୀଲ(୪୦) ଓ ଶିବଲାଲ ଭୁୟାଁ(୨୨)।

ଉଲ୍ଳେଖଯୋଗ୍ୟ, ଶୁକ୍ରବାର ଅପରାହ୍ନ ୧୨.୩୦ ସମୟରେ ଟାଟା ଷ୍ଟିଲ୍‌ର ୩ ନମ୍ବର ଗେଟ୍‌ ସାମ୍ନାରେ ପଚେରୀ କାମ ଚାଲୁଥିଲା। ସେହି ସମୟରେ କଂକ୍ରିଟ୍‌ ମେସିନ୍‌ରେ ୧୧ କେଭିର ବିଦ୍ୟୁତ୍‌ ତାର ଲାଗି ଦୁର୍ଘଟଣା ଘଟିଥିଲା। ଫଳରେ ଜିସ୍‌କୋ ଅଧିନରେ ଠିକାଦାର ସଂସ୍ଥା ଦୁର୍ଗାଲକ୍ଷ୍ମୀ କନ୍‌ଷ୍ଟ୍ରକ୍‌ସନର ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ।

ଆହତମାନଙ୍କୁ ପ୍ରଥମେ ଦାନଗଦି ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର