ବିଜେଡି, କଂଗ୍ରେସକୁ ଟକ୍କର ଦେବ ବିଜେପି!

ଆଳି ନିର୍ବାଚନ ମଣ୍ଡଳୀ

ରାଜକନିକା,:ରାଜ୍ୟ ରାଜନିତୀରେ ବେଶ୍‌ ଗୁରୁତ୍ବ ବହନ କରୁଥିବା ଆଳି ନିର୍ବାଚନ ମଣ୍ତଳୀର ମଣ୍ଡଳୀର ଭୋଟରମାନେ କେତେବେଳେ କି ପ୍ରକାର ନିଷ୍ପତ୍ତି ନିଅନ୍ତି ତାହା ବୁଝିବା ମୁସ୍କିଲ୍‌। ୨୦୧୪ ନିର୍ବାଚନରେ ସାରା ରାଜ୍ୟରେ ବିଜେଡ଼ି ସପକ୍ଷରେ ହାୱା ଥିଲା। ହେଲେ, ଏଠାରୁ ବିଧାୟକ ଭାବେ କ˚ଗ୍ରେସର ଦେବେନ୍ଦ୍ର ଶର୍ମା ବିଜେଡିର ପ୍ରତାପ ଦେବଙ୍କୁ ପରାସ୍ତ କରିଥିଲେ। ଏଥର ଲଢେଇ ରୋଚକ ହେବ। ବିଜେଡି, କଂଗ୍ରେସକୁ ଏଥର କଡ଼ା ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି ବିଜେପି।
୨,୩୭,୯୬୯ ଜଣ ଭୋଟର ଜଣେ ବିଧାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଥିବା ବେଳେ ୨୦୧୪ ନିର୍ବାଚନରେ ୯ଜଣ ବିଧାୟକ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବିଜେଡ଼ିର ପ୍ରତାପ ଓ କ˚ଗ୍ରେସର ଦେବେନ୍ଦ୍ରଙ୍କ ଭିତରେ ତୀବ୍ର ପ୍ରତିଦ୍ବନନ୍ଦ୍ବିତା ହୋଇଥିଲା। ଦେବେନ୍ଦ୍ର ୮୧,୨୫୪ ଭୋଟ୍‌ ଓ ପ୍ରତାପ ୭୭,୭୫୧ ଭୋଟ ପାଇଥିଲେ। ବିଜେପି ପ୍ରାର୍ଥୀ ବ୍ରଜ ସୁନ୍ଦର ଭୂୟାଁ ୩୯୧୪ ଖଣ୍ତ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ।
ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରୁ କେହି ହଜାର ଟପି ପାରିନଥିଲେ। ନୋଟାକୁ ୧୧୫୩ ଖଣ୍ତ ଭୋଟ ମିଳିଥିଲା। ଦେବେନ୍ଦ୍ର ପ୍ରଥମ ଥର ପାଇଁ ୩୫୦୩ ଖଣ୍ତ ଅଧିକ ଭୋଟ ପାଇ ବିଧାୟକ ହୋଇଥିଲେ।
ଚଳିତ ନିର୍ବାଚନରେ ପୂର୍ବତନ ତିନି ବିଧାୟକ ନିର୍ବାଚନ ଲଢ଼ୁଛନ୍ତି। ପ୍ରତାପ ଦେବ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିବା ବେଳେ ଦେବେନ୍ଦ୍ର ପୁଣି ବିଧାୟକ ହୋଇ ନିଜର ଆସନ ରଖିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଏପଟେ ରାଜକନିକାର ବରିଷ୍ଠ ନେତା ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ବିଜେପିରୁ ପ୍ରାର୍ଥୀ ହୋଇ ଶେଷଥର ବିଧାୟକ ହେବା ପାଇଁ ତାଙ୍କର ସମସ୍ତ ପ୍ରକାର କୌଶଳ ଆପଣାଇଛନ୍ତି। ପୂର୍ବ ନିର୍ବାଚନ ଭଳି ଏହି ନିର୍ବାଚନରେ କେବଳ ବିଜେଡ଼ି ଓ କ˚ଗ୍ରେସ ମଧ୍ୟରେ ଲଢେ଼ଇ ହେବ ନାହିଁ, ବରଂ ତୃତୀୟ ପ୍ରାର୍ଥୀ ଭାବେ ଦୋଳଗୋବିନ୍ଦ ମଧ୍ୟ ଦେବେନ୍ଦ୍ର ଓ ପ୍ରତାପଙ୍କ ଲଢେ଼ଇ ମଧ୍ୟରେ ସାମିଲ ହେବେ।
ଗତ ନିର୍ବାଚନରେ ବିଜୟୀ ହୋଇଥିବା ଦେବେନ୍ଦ୍ର ମୋଟ ମତଦାନରୁ ୪୮.୯ ପ୍ରତିଶତ ଭୋଟ ପାଇଥିବା ବେଳେ ପ୍ରତାପଙ୍କୁ ୪୬.୮ପ୍ରତିଶତ ଭୋଟ ମିଳିଥିଲା। ବିଜେପିକୁ ମିଳିଥିଲା ମାତ୍ର ୨.୩୬ ପ୍ରତିଶତ। ଏଥର ବିଜେପିର ଭୋଟ୍‌ ବ୍ୟବଧାନ ବଢିବ ବୋଲି ଦଳର ନେତାମାନେ କହୁଛନ୍ତି। ଭୋଟ ପ୍ରତିଶତକୁ ଦୃଷ୍ଟି ଦେଲେ ଏଠାରେ ପ୍ରତି ନିର୍ବାଚନରେ ବିଜୟ ବ୍ୟବଧାନ କମିବାର ରେକର୍ଡ ରହିଛି। ମୋଟ ମତଦାନରୁ ୨୦୦୦ମସିହାରେ ପ୍ରତାପ ଦେବ ୫୯.୪୦ ପ୍ରତିଶତ ଭୋଟ ପାଇ ବିଜୟ ହୋଇଥିବା ବେଳେ ୨୦୦୪ରେ ୫୩.୦୮ପ୍ରତିଶତ, ୨୦୦୯ରେ ୫୦.୦୦ ପ୍ରତିଶତ, ୨୦୧୪ରେ ଦେବେନ୍ଦ୍ର ୪୮.୦୯ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେପି ଉଭୟ ବିଜେଡ଼ି ଓ କ˚ଗ୍ରେସଠାରୁ ସମ ଦୂରତା ରକ୍ଷାକରି ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼଼ି ଥିବାରୁ ଆଳି ନିର୍ବାଚନର ଫଳାଫଳକୁ ନେଇ ସମସ୍ତେ ଆଶା ଓ ଆଶଙ୍କା ଭିତରେ ରହିଛନ୍ତି। ତେବେ ବ୍ୟକ୍ତିଗତ ଭାବେ ସମସ୍ତ ପ୍ରାର୍ଥୀ ଗାଁଗାଁରେ ବୁଲି କର୍ମୀ ସମ୍ମିଳନୀ କରି ନିଜ ସପକ୍ଷରେ ମତଦାନ ବଢ଼ାଇବାର ଲାଗି ପଡ଼ିଥିଲେ ବି ରାଜକନିକାରେ ନିର୍ବାଚନ ପ୍ରଚାର ସେମିତି ସରଗରମ ହୋଇନଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର